STORYMIRROR

Sunanda Mohanty

Classics Inspirational Thriller

4  

Sunanda Mohanty

Classics Inspirational Thriller

କାଉଡ଼ିଆ 

କାଉଡ଼ିଆ 

1 min
12


କାଉଡ଼ିଆ ମନ ହୃଦେ ଶିବ ସବାର 
ତୁଣ୍ଡେ ଶିବ ପଞ୍ଚାକ୍ଷର 
ରକ୍ଷାକାର ପ୍ରଭୁ ପାରିକର ଭବସାଗର
କାଉଡ଼ିଆ କଣ୍ଠେ ଶିବ ମନ୍ତର
କାଉଡ଼ିଆ ଭାଇ ଚାଲି ବାଲଘାଟ ଯାଇ
ମନେ ଭକ୍ତି ଶ୍ରଦ୍ଧା ଅପାର
କେଵେ କୋଉ ପୀଠ ଆଣି ଶ୍ରାବଣ ଝର
ସାଥେ ଜଳ ପୁଣି ବେଲପତର 
ନିତି ନିୟମ ପାଳି ସାଙ୍ଗ ସାଥି ମେଳି
ନିଷ୍ଠା ଚେଷ୍ଟା ପ୍ରଚେଷ୍ଟା ଅପାର 
ମନରେ ଶିବ ହୃଦୟେ ଶିବ ଜପ ତପ
ସବୁ ଶିବ ଅକ୍ଷର ହେ ମହେଶ୍ବର 
ଭୋଲା ବାବା ପାର କରେଗା କହି ଚାଲିଥାଏ 
ଜଳ ଆଣି ବାହୁଙ୍ଗୀ ପର 
କେଵେ ଯାଏ ପୁରୀ କେଵେ ଭୁବନେଶ୍ୱରୁ 
ବାହାରି ପାଏ ଜଳଛତର 
ମନେ ମନେ ଭକ୍ତି ଅପାର 
ଓଡ଼ିଶାରେ ଯିଏ ଯୁଆଡେ ଥାଆନ୍ତୁ 
ଗଡ଼ଗଡିଆ ଘାଟକୁ ନିଶ୍ଚୟ ଆସନ୍ତୁ 
ସଂଖୋଳିବେ କରୁଣା ଶିବଙ୍କର 
ଶ୍ରାବଣର ସୌଦାଗର 
ପୂଜିଲେ ଶିବ ଦୁଃଖ ଯିବ ଛୁ ମନ୍ତର
ଭୋଲା ବାବା ପାର କରେଗା ମନ୍ତର 
ଅନ୍ତରୁ ଶୁଭେ ବାରମ୍ବାର


Rate this content
Log in

Similar oriya poem from Classics