STORYMIRROR

Ananga Patel

Abstract

4  

Ananga Patel

Abstract

କାଉଡିବାଲା

କାଉଡିବାଲା

1 min
369


ସଜ ହୁଅ କାଉଡିଆ,

  ଆସିଲା ଶ୍ରାବଣ,

ଚାରିଆଡେ ଶିବମୟ

  ଦିଶୁଅଛି ଜାଣ l -୧

ସଜାଅ ବାହୁଙ୍ଗୀ ଭାର,

 ସଜାଅ କଳସୀ,

ତୋଳି ଆଣ ଚମ୍ପାଫୁଲ,

  ଦୁଦୁରା ଗଇସି l ୨ 

ଝିପିଝିପି ବରଷାକୁ

 ନ ଡରିଣ ତୁହିଁ,

ଧାଡି ହୋଇ ଚାଲୁଥାଉ,

 ଶିବ ନାମ ଗାଇ l ୩

ଝଡ଼ ବତାସକୁ ତୋର,

 ନଥାଏଟି ଡର,

 ସାହା ଏକା ଭୋଲେବାବା,

  ସେ ଶିବ ଶଙ୍କର l ୪

ଶିବଙ୍କର ଭକତିରେ,

 ନିଜକୁ ହଜାଇ,

ବୋଲବମ କହି କହି,

 ଚାଲୁ ତୁ ଆଗେଇ l ୫

ଗେରୁଆ ବସ୍ତ୍ରକୁ ତୁହିଁ,

  ପରିଧାନ କରି,

ଧାଡିରେ ଚାଲିଲେ ଦିଶେ,

   ଗେଣ୍ଡୁମାଳ ପରି l ୬

ସ୍ଥାନେ ସ୍ଥାନେ ବିଶ୍ରାମର,

  ବ୍ୟବସ୍ଥା ରହିଛି ,

କ୍ଷଣେ ବିଶ୍ରାମ କରନ୍ତି,

  କାଉଡିଆ ମିଶି l ୭

ବୋଲବମ ଉଚ୍ଚାରଣେ,

  କମ୍ପଇ ଗଗନ,

ଶିବଙ୍କର ଅତିପ୍ରିୟ,

 ମାସଯେ ଶ୍ରାବଣ l ୮

ଝିପିଝିପି ବରଷା ଯେ,

  ଶ୍ରାବଣ ମାସରେ,

ଶିବଙ୍କର ଉପାସନା,

  ହୁଏ ସୋମବାରେ l ୯

ସାତବାର ମଧ୍ୟେ ସାର,

  ଏହି ସୋମବାର,

ପରବ ରୂପେ ପାଳନ୍ତି,

 ଏ ସାରା ସଂସାର l ୧0

ଶ୍ରାବଣ ମାସରେ ମାତା,

  ପାର୍ବତୀ ଦେବୀଙ୍କୁ,

ପତ୍ନୀ ରୂପେ ପୁନର୍ବାର,

  ପାଇଲେ ତାହାଙ୍କୁ l ୧୧

ଶ୍ରାବଣ ମାସରେ ହେଲା,

  ସମୁଦ୍ର ମନ୍ଥନ,

ସମୁଦ୍ର ଗର୍ଭରୁ ବିଷ,

  ହେଲା ଉତପନ l ୧୨

ଜଗତ ଉଦ୍ଧାର ପାଇଁ,

  ବିଷ କଲ ପାନ,

ନୀଳକଣ୍ଠେଶ୍ଵର ବୋଲି,

   ଜାଣେ ଧରାଧାମ l ୧୩

ବିଷର ଜ୍ୱାଳାରେ ତବ,

  ଦହିଲା ଶରୀର,

ଶୀତଳ ଜଳ ଢାଳନ୍ତି,

 ଜଟାଙ୍କ ଉପର l ୧୪

ଜଳାଭିଷେକ ସଂସ୍କୃତି,

 ସେହି ଦିନ ଠାରୁ,

କାଉଡିଆ ଆରମ୍ଭିଲେ,

 ବାହୁଙ୍ଗୀ ଭାରରୁ l ୧୫

ଭକ୍ତିଭରେ ଶିବଲିଙ୍ଗେ,

  ପାଣି ଢ଼ାଳି ଦେଇ,

କୋଟି ଜନମର ପୂଣ୍ୟ,

 ଫଳ ଥାନ୍ତି ପାଇ l ୧୬

ନ ରଖି ଜାତି ବିଚାର,

  ହୋଇ ଏକାକାର,

ଶିବ ଦରଶନ ପାଇଁ,

  ହୁଅନ୍ତି ଆତୁର l ୧୭

ଶ୍ରାବଣ ମାସ ଅଟଇ,

  ଶିବଙ୍କର ପ୍ରିୟ,

ସଂସାରକୁ ଗଢ଼ିଦେବା,

  ମିଶି ଶିବମୟ l ୧୮







Rate this content
Log in

Similar oriya poem from Abstract