STORYMIRROR

Ajit Kumar Raut

Abstract

4  

Ajit Kumar Raut

Abstract

କାଉଡ଼ିବାଲା

କାଉଡ଼ିବାଲା

1 min
363


ଭକ୍ତି ପ୍ରେମ ଶ୍ରଦ୍ଧା କାଉଡ଼ିବାଲାଙ୍କ 

ମୁଖେ ଗୁଞ୍ଜେ ଶିବ ଶିବ 

ଶିବଙ୍କ ମହିମା ଗୁଞ୍ଜେ ରାସ୍ତା ଘାଟ 

ଦେବ ଦେବ ମହାଦେବ !!


ପରିଧାନ  ତହିଁ  ଦିଶୁଛି  ସୁନ୍ଦର

କାନ୍ଧରେ କାଉଁରି ଭାର

ଖାଲି ପାଦ ପୁଣି ନାହିଁ ଯେ ଚପ୍ପଲ

ଚାଲୁ ଥାନ୍ତି ଧୀର ଧୀର !!


ଢାଳି ଦେବେ ଜଳ ଭକ୍ତିରେ ଶିବଙ୍କୁ 

ମନରେ ମନସ୍କାମନା 

ଗୁଞ୍ଜେ ମହାଦେବ ଅନ୍ତର୍ଗତେ ତାଙ୍କ 

ହୃଦୟେ ଭକ୍ତି ଭାବନା !!


ନାହିଁ ଟି ବିଶ୍ରାମ ଦିଆ ରାତ୍ର ତାଙ୍କ 

ଚାଲୁ ଥାନ୍ତି ଅନୁକ୍ଷଣ

ଧ୍ୟାନ ରହି ଅଛି ଅକର୍ମା ଦାନୀରେ

ମାସ ଟି ଧାରା ଶ୍ରାବଣ !!


ଝିପି ଝିପି ବର୍ଷା ଭିଜ ଭିଜା ମାଟି

କାହିଁ କାଉଡ଼ିଆ ଧ୍ୟାନ

ଧ୍ୟାନ ରହି ଅଛି ବୈଦ୍ୟନାଥ ଧାମେ

କରିବେ ଶିବ ପୂଜନ !!


ତିନି ଦିନ ହେଲା ନାହିଁ ଟି ବିଶ୍ରାମ

ଚାଲୁ ଥାନ୍ତି ଶିବ ଧ୍ୟାନେ

ଦିନ ସୋମବାର କାଉଁରି ର ଜଳ

ଢାଳି ଦେବ ତ୍ରିଲୋଚନେ !!


ଦୃଢ଼ ବ୍ରତ ତାଙ୍କ ଇଶ୍ଵର ଭକ୍ତିରେ

ଧ୍ୟାନ ନାହିଁ କେଉଁ ଠାର

ରହି ଅଛି ମନ ଅକର୍ମା ଦାନୀ ଙ୍କୁ 

ଢାଳିବେ ନଦୀର ନୀର !!


ହୁଏ ଭକ୍ତିମୟ ‌ ପବିତ୍ର ଧରଣୀ      

ଶ୍ରାବଣର ବର୍ଷା ଧାର

ନାମପରା ଗୁଞ୍ଜେ ପ୍ରୀତିରଭକ୍ତିର

ଦେବ ଦେବ ମହେଶ୍ୱର !!


ମହିମା ଅପାର ଶ୍ରାବଣ ମାସର

ଚତୁର୍ଦ୍ଦିଗ ଶିବ ରାବ

ଭକ୍ତିର ଶ୍ରାବଣ ‌ଶିବଙ୍କ ପୂଜନ    

ପ୍ରେମଶ୍ରଦ୍ଧାପ୍ରୀତି ଭାବ !!


ପବିତ୍ର ଏ ମାସ ଧାରା ଶ୍ରାବଣର

ଭକ୍ତି କଲେ ମହେଶ୍ବର

ମନବାଞ୍ଛା ପୂର୍ଣ୍ଣ କରନ୍ତି ଭକ୍ତର

ଅକର୍ମା ଦାନୀ ଇଶ୍ଵର !!



Rate this content
Log in

Similar oriya poem from Abstract