STORYMIRROR

Lata Behera

Abstract

4  

Lata Behera

Abstract

କାଉଡି ବାଲା

କାଉଡି ବାଲା

1 min
373


ଶ୍ରାବଣ ଆସିଲେ କାଉଡି ବାଲାଙ୍କ 

    ମନରେ ପୁଲକ ଆସେ 

ମନ ହୃଦୟରେ ଶିବ ମନ୍ତ୍ର ଜପି

   ଚାଲନ୍ତି ଝଡି ବରଷେ ।


କାନ୍ଧରେ କାଉଡି ଜଳ ଭାର ଧରି

    ପିନ୍ଧି ସେ ଗେରୁଆ ବସ୍ତ୍ର 

ଶିବଙ୍କ କରୁଣା ପାଇବାର ପାଇଁ 

    ମନ୍ତ୍ରକୁ କରନ୍ତି ଅସ୍ତ୍ର ।


ନଦୀ କୂଳେ ଯାଇ ବାଲି ଶିବ ଲିଙ୍ଗ 

   ସ୍ଥାପି ପୂଜି ଥାନ୍ତି ହର

ବାହୁଙ୍ଗି କାନ୍ଧେଇ ଜଳେ ବୁଡ ଦେଇ 

     ନେଇଥାନ୍ତି ଜଳ ଭାର ।


ଚାଲି ଚାଲି ଯାଇ ଶିବ ପଞ୍ଚାକ୍ଷର

    ମନ୍ତ୍ର ଜପି ଭକ୍ତେ ଯାନ୍ତି

ବେଳେ ବେଳେ ଭୋଳା ବାବା ଡାକ ଦେଇ

    ବୋଲ୍ ବମ୍ ଯାଉ ଥାନ୍ତି ।


ଶ୍ରଦ୍ଧା ଭକ୍ତି ବିଶ୍ବାସରେ ଚାଲି ଥାନ୍ତି 

    ମନରେ ଆଗ୍ରହ ରଖି

ଶିବଙ୍କ ଲିଙ୍ଗରେ ଜଳ ସେ ଢାଳିବେ 

     ଚାହିଁ ଥାଏ ଖାଲି ଆଖି ।


ଗୟସ ଦୁଦୁରା ବେଲ ପତ୍ର ସଙ୍ଗେ 

    ନିଅନ୍ତି ଆରଖ ମାଳ

ଏକବାର ଭକ୍ତେ କରନ୍ତି ପାଳନ

     ସୂର୍ଯ୍ୟଙ୍କୁ ଅର୍ପନ୍ତି ଜଳ ।


ଆଗରୁ ବୋଲ୍ ବମ୍ ପୁଅମାନେ ଯାଇ

     ଲିଙ୍ଗେ ଢାଳୁ ଥିଲେ ଜଳ

ଏବେ ଏ ଯୁଗ ତ ବଦଳି ଗଲାଣି

     ଝିଅମାନେ ଦଳ ଦଳ ।


ପୁଅ ଝିଅଙ୍କର ନାହିଁ ଭେଦ ଭାବ 

    ଚାଲି ଥାନ୍ତି ସେ ରାସ୍ତାରେ 

ॐ ନମଃ ଶିବାୟଃ ଶିବଙ୍କର ନାମ

    ରହି ଥାଏ ଯେ ତୁଣ୍ଡରେ ।


ପ୍ରଭୁ ଶିବଙ୍କର ନାମେ ଯେ ଭଜନ 

     କେତେ ପ୍ରକାର ହେଉଛି

ଭକ୍ତି ଭାବ କେତେ ସେଥିରେ ରହିଛି

     ଶ୍ରୋତା ଏକା ଯେ ଜାଣିଛି ।


ଆଜିକାଲି କେତେ ପ୍ରହସନ କରି 

    ବୋଲ୍ ବମ୍ ଯାଉଛନ୍ତି 

କିଏ ତ ଟିପର୍ କିଏ ତ ବୋଲର

    କେ ପୁଣି ଟ୍ରକ୍ ରେ ଯାନ୍ତି ।


ଚାନ୍ଦାକୁ ଆଦାୟ କରିଣ କିଏ ଯେ 

     ପିଲାଙ୍କୁ ଖାଇବା ଦ୍ୟନ୍ତି 

ଆଉ ପୁଣି କିଏ ଶିବଙ୍କ ନାଆଁରେ

    ଗଞ୍ଜେଇକୁ ଟାଣି ଥାନ୍ତି ।


ସତ୍ୟ ଯଦି ଆମେ ଜାଣି ନ ପାରୁଛେ 

    ମିଛ ପ୍ରବଚନ ଶୁଣି

ଦେବା ଦେବୀଙ୍କର ପବିତ୍ର ନାମରେ

    କଳଙ୍କ ନ ଦେବା ଆଣି ।


ଏମିତି ଭଜନ ଏବେ ପ୍ରଚଳିତ 

    ଶୁଣି ଦୁଃଖ ଲାଗେ ଘୋର

କେତେ ଯେ ସେଥିରେ ଭକ୍ତି ରହି ଅଛି

    ଜାଣି ଥାନ୍ତି ଭୋଳେଶ୍ବର ।


ସେ ଶିବ ଶଙ୍କର କରନ୍ତୁ ସୁଦୟା

    ରହୁ ହୃଦୟେ ଭକତି 

ଚରଣେ ପଣତୀ କରୁଛି ହେ ପ୍ରଭୁ 

    କ୍ଷମା ଦେବ ପଶୁପତି ।


Rate this content
Log in

Similar oriya poem from Abstract