STORYMIRROR

Kishore Nayak

Children

2  

Kishore Nayak

Children

"କାଉ-କୋଇଲି-କଜଳପାତି "

"କାଉ-କୋଇଲି-କଜଳପାତି "

1 min
135

ଶିଶୁ ଓ କିଶୋର ମାନଙ୍କ ନିମନ୍ତେ କବିତାଟିଏ 


"କାଉ-କୋଇଲି-କଜଳପାତି"


କାଉ-କୋଇଲି-କଜଳପାତି 

କଳା ତ କଳା ଅନ୍ଧାର ରାତି 

ହନୁର ମୁହଁ କଳା 

ବିଲେଇ ନାନୀ ଫୁଙ୍କୁଚି ଚୂଲି 

ଧରି ବାଉଁଶ ନଳା ll

ହନୁ ଆସୁଛି ନାନୀର ଘର 

ହାତରେ ଧରି ସେ ରଜ ଭାର 

ନାନୀର ସିଏ ଭାଇ 

କାଉ ଅଟଇ ନାନୀର ଅଜା 

କୋଇଲି ଅଟେ ଆଈ ll

ହନୁର ମାମୁଁ କଜଳ ପାତି 

ହନୁ ଅଟଇ କାଉର ନାତି 

କୋଇଲି ହନୁ ଆଈ 

ହନୁର ବାପା ବାନର ରାଜା 

କାଉ କୋଇଲି ଜୋଇଁ ll

ହନୁ ଭିଣୋଇ ଭୁଆଁ ବିଲେଇ 

ବାଟ ଚାଲଇ ନିଶ ଫୁଲେଇ 

ବିଲେଇ ନାନୀ ବର 

ସଳଖ ସୁନ୍ଦର ଭେଣ୍ଡିଆଟିଏ 

କୁକୁରକୁ ଭାରି ଡର ll

ନାନୀ ରାନ୍ଧିଛି ସରୁ ଚାଉଳ 

କରିଛି ପୁଣି ମାଗୁର ଝୋଳ 

ହନୁ ଖାଇବ ବୋଲି 

ନାନା ଦରବ ରାନ୍ଧି ଚାଲିଛି 

ଏ ଯାଏ ଲିଭୁନି ଚୂଲି ll

ଦିପହରକୁ ନାନୀର ଭାଇ 

ରଜ ଭାରକୁ ସାଙ୍ଗରେ ନେଇ 

ପହଁଚି ଗଲା ଆସି 

ମାଗୁର ଝୋଳ ଖାଇଣ ହନୁ 

ହୋଇଲା ଭାରି ଖୁସି ll



Rate this content
Log in

Similar oriya poem from Children