STORYMIRROR

Kabiratna Nutan Kumar Behera

Action Classics

4  

Kabiratna Nutan Kumar Behera

Action Classics

କାର୍ତ୍ତିକ ପୂର୍ଣ୍ଣିମା

କାର୍ତ୍ତିକ ପୂର୍ଣ୍ଣିମା

1 min
268


ଭୁଲି ନାହିଁ ଭୁଲିବନି 

ଏ ସ୍ଵାଭିମାନୀ ଓଡିଆ, 

ଦେଶ ଜାତି ପୂର୍ବପୁରୁଷଙ୍କ 

ଯଶ କୀର୍ତ୍ତି ଗୌରବ 

ଥିଲା କେତେ ବଢିଆ। 

ମାଆ ମାଟିର ରଖିବାକୁ ଟେକ 

ଶ୍ରମ ସାଧନେ ରହି ରତ, 

ସାରା ବିଶ୍ବ ଦରବାରରେ 

ହୋଇ ସୁପରିଚିତ, 

ଏ ଜାତିକୁ କରିଥିଲେ ବିଖ୍ୟାତ। 


ଆମ ଓଡିଆ ସାଧବ ପୁଅ 

ତେର ନଈ ସାତ ସମୁଦ୍ର 

ହୋଇ ପାରି, 

ଯାଉଥିଲେ ଚାଲି 

ବଣିଜ ବେପାର କରି ।

ସୁଦୂର ଜାଭା, ସୁମିତ୍ରା, 

ବାଲି ଦ୍ଵୀପ ,

ଯାହା ଆମ ପାଇଁ 

ଲାଗେ ଆଜି ଗପ। 


ଧନ ଧାନ୍ୟେ ବୋଇତ 

କରି ପରିପୂର୍ଣ୍ଣ ,

ଫେରୁଥିଲେ ସ୍ଵଦେଶେ 

ଜାତିର ମାନକୁ ରଖି ଅକ୍ଷୁର୍ଣ୍ଣ ।

ସେ ଅଭୁଲା 

ଆମ ଅତୀତ ଐତିହ୍ୟ 

ଏବେ ବି ଓଡିଆ ପ୍ରାଣେ 

ଯୋଗାଏ ଇନ୍ଧନ, 

ପାଇ ସେ ପ୍ରେରଣା  

ଆଜିର ଓଡିଆ ପୁଅଝିଅ 

ଦେଶେ ବିଦେଶେ 

ଅରଜନ୍ତି ଯଶ ମାନ। 


ଅପାଶୋରା ସ୍ମୃତି ସବୁ 

ହୃଦୟେ ସାଇତି ,

ପାଳୁ ପଞ୍ଚୁକ 

ଆସିଲେ କାର୍ତ୍ତିକ 

ପୁନେଇଁ ତିଥି। 

ସୋଲ ବଇତରେ 

ପାନ ଗୁଆ ଥୋଇ 

ଯେତେ ଭଉଣୀ ଭାଇ, 

କହି ଆ କା ମା ବୈ 

ଜଳରେ ଦେଉ ଭସାଇ। 


ମାଟି ମାଆର 

ଭାବ, ଭାଷା ଆଉ ଆଶା 

ମନେ ପକାଇ ଦିଏ

କାର୍ତ୍ତିକ ପୂର୍ଣ୍ଣିମା ବୋଇତ ଭସା 

ଆମ ପାଇଁ ଯୁଗେ ଯୁଗେ 

ଭରସାର ରାହା ,

ମାଆ ମମତାର ପଣତ କାନି

ଜୀବନ ଜୀବିକାରେ 

ହେଉଥାଉ ସାହା ।

ଅତୀତ ଭିତରେ 

ଆଗାମୀ କାଲିର ସମ୍ଭାବନା 

ଅଛି କେତେ ଛପି, 

ମହତ କାମରେ ମନ ରଖି ସଦା 

ମହତ କରୁଥିବା ନିତି ନିତି 

ଯା'ର ମହକରେ 

ସାରା ସଂସାର ଯାଉଥିବ ବ୍ୟାପୀ। 

 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action