STORYMIRROR

Kshitish Jena

Abstract Action Inspirational

3  

Kshitish Jena

Abstract Action Inspirational

କାର୍ତ୍ତିକ ପୂର୍ଣ୍ଣିମା

କାର୍ତ୍ତିକ ପୂର୍ଣ୍ଣିମା

1 min
193


ଜଞ୍ଜାଳମୟ ଏ ଜୀବନରେ ଟିକେ

ଆନନ୍ଦ ପାଇବା ପାଇଁ

ବାରମାସେ ତେର ପରବ ମଣିଷ

ପାଳିଥାଏ ପରା ସେହି ।

ପରିବାର ଭଲେ ରହିବାକୁ ତଥା

ଅସୁସ୍ଥରେ ଥିବା ଲୋକ

କାର୍ତ୍ତିକ ମାସରେ ବଡ଼ଓଷା କରେ

ରଖି ସିଏ ମାନସିକ ।

ଶିବମନ୍ଦିରରେ ମଣ୍ଡା ପିଠା ଆଜି

ଲଗାନ୍ତି ଓଷାରେ ଭୋଗ

ପ୍ରଭୁଙ୍କ ଦର୍ଶନ ପାଇଁ ହୁଏ ଭିଡ଼

ପ୍ରାୟ ସବୁ ଶୈବପୀଠ ।

ଆଜି ବଡ଼ଓଷା ଆସନ୍ତାକାଲି ହିଁ

କାର୍ତ୍ତିକ ପୂର୍ଣ୍ଣିମା ପରା

ପୂର୍ଣ୍ଣିମାର ଜହ୍ନ ଉଇଁ ଏବେଠାରୁ

ଆଲୋକିତ କରେ ଧରା ।

କୁମାରୀ ପଞ୍ଚୁକ ପାଞ୍ଚଦିନ ପରା

କାର୍ତ୍ତିକ ପୁନେଇଁ ଯାଏ

ଚଉଁରା ମୂଳରେ ପକାନ୍ତି ମୁରୂଜ

ଭୋଅରୁ ଗାଧୋଇ ସିଏ ।

କାର୍ତ୍ତିକ ପୂର୍ଣ୍ଣିମା ସକାଳୁ ସଭିଏଁ

ନଈରେ ଡଙ୍ଗା ଭସାଇ

ସାଧବ ପୁଅର ବୋଇତ ଯାତ୍ରାକୁ

ଦିଅନ୍ତି ମନେ ପକାଇ ।

ଏହିଦିନ ପ୍ରତି ସ୍ଥାନେ ପରା ଲୋକ

କରିଥା'ନ୍ତି ଅନ୍ନଦାନ

ବାଟୋଇ ଘଟୋଇ ଭିକାରୀଙ୍କୁ ଦେଇ

ଅରଜନ୍ତି କୋଟିପୂଣ୍ୟ ।

କାର୍ତ୍ତିକ ପୂର୍ଣ୍ଣିମା ସରୁ ସରୁ ଲୋକେ

କରିଥା'ନ୍ତି ଛାଡ଼ଖାଇ

ଲଭିଥିବା ପୁଣ୍ୟ ଜୀବହତ୍ୟା ଦ୍ଵାରା

ଯାଏ ନିମିଷକେ ଧୋଇ ।


Rate this content
Log in

Similar oriya poem from Abstract