STORYMIRROR

Satyabati Swain

Abstract Others

3  

Satyabati Swain

Abstract Others

କାର୍ତ୍ତିକ ମାସ ଆସିଲା

କାର୍ତ୍ତିକ ମାସ ଆସିଲା

1 min
367


ଆଷାଢ଼,କାର୍ତ୍ତୀକ,

ମାର୍ଗଶିର,ମାଘ ଓ ବୈଶାଖ;

ମାସରେ ସାର;

ଧରମ କରମେ ମନ

ଦିଅଇ ନର।


କାର୍ତ୍ତୀକ ମାସ ଆସିଲା

ବଡ଼ ଓଷାଟି ହସିଲା;

ପଂଚୁକ ବଗ ଖାଏନି ମୀନ

ଚଉରା ମୂଳେ 

ଆକାଶ ଦୀପ ଜଳିଲା।


ଠାକୁର ପିଠେ ରାହାସ

କେଳି କୁଞ୍ଜରେ କି ଠାଣିରେ 

ଦେଖ ଗୋ ରାଧା କୃଷ୍ଣଙ୍କ 

ସୁନ୍ଦର ଯୁଗଳ ବେଶ

ଦେଖି ମୁନୀ ହୁଅନ୍ତି ବଶ।

 

କାର୍ତ୍ତୀକ ପୂର୍ଣ୍ଣମୀ ଆସିଲା

ଭଳିକି ଭଳି ଡଙ୍ଗା

ନଈ ପୋଖରୀରେ ଭାସିଲା

 ଆ କା ମା ବୈ ପାନ ଗୁଆଖାଇ,

ପାନ ଗୁଆତୋର

 ମାସକ ଧରମମୋର;

 ମୋ ଟିକି ନାନିଟି 

 ଡଙ୍ଗା ବଂଦେଇ କହିଲା।


କାର୍ତ୍ତିକ ପରେ 

ମାର୍ଗଶିରଟି ଆସିଲା

ଶୀତ ଚଦର ସାଙ୍ଗରେ ଆଣି

କୁହୁଡି ତମ୍ବୁ ଢାଙ୍କିଲା;

ଖଳାରେ ଧାନ ଆଣିକି

ମା ଲକ୍ଷ୍ମୀଙ୍କୁ ପୁଜିଲା

ବିଲଟି ଏବେ ହସିଦେଇ

ହଳଦୀ ରଙ୍ଗ ଖଣ୍ଡୁଆ ପାଟ ପିନ୍ଧିଲା।।


ଏମିତି ଗୋଟି କି ଗୋଟି

ପର୍ବପର୍ବାଣି

ପ୍ରକୃତି ଆଣି ଆସିଲା

ଏ ମୋ ଓଡିଶା 

 ମହାନ ଯାର

 ପ୍ରଥା ପରମ୍ପରା

 ଏ କଥାଟି ବିଶ୍ୱ 

 କାନେ ଫୁଙ୍କିଲା।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract