STORYMIRROR

Debabrata Mishra

Abstract Action Inspirational

3  

Debabrata Mishra

Abstract Action Inspirational

କାପୁରୁଷ ବିନାଶ ହେଉ

କାପୁରୁଷ ବିନାଶ ହେଉ

1 min
129

ଶରତର ଶୁଭ୍ର ଶୋଭିତ କାଶତଣ୍ଡୀ ସହ

ମା' ମୋର ବିରାଜିତ ସିଂହାସନେ ତ୍ରିଶୂଳ ଧରି

ପ୍ରକମ୍ପିତ ଦେଖ ସାରା ଜଗତ କ୍ଷେତ୍ର

ଦିବାରାତ୍ର ବିସ୍ଥାରିତ ମା' ଙ୍କର ମନ୍ତ୍ର

ପ୍ରଚଣ୍ଡ ଏ ଉଚ୍ଚାରଣ କରିବେ କି ବିଦାରଣ

ସମାଜର କଳୁଷିତ ଯେତେ ସବୁ କାପୁରୁଷପଣ ।


ପୂଜାର୍ଚ୍ଚନା, ମାର୍ଜନା, ଚଣ୍ଡୀପାଠ ଆଳତିରେ

ପବିତ୍ର ଏ ଦେବଦେବୀ ଭୂମି ଭାରତ ମାଟି

ଜୀବନ୍ତ ଦିଶେ ପ୍ରତିମା ରୁଦ୍ରାଣୀ ଅବତାରେ

ଥରହର ବିଶ୍ବ ଆଜି ଆସିଛନ୍ତି ମା' ଅଷ୍ଟଭୂଜା

ସତେ ଅବତରଣ କରିଛନ୍ତି ସଂହାରକାରିଣୀ ଦେବୀ

ଛତ୍ରଭଙ୍ଗ ଦେବେ ଯେତେ ସବୁ ଦେହଲୋଭୀ ।


ସେ ଆଖି ସେ ନଜର ପ୍ରତିକ୍ଷଣେ ପାପକରେ

ଧ୍ୱଂସି ଦେ ଲୋ ତାକୁ ଅବିଳମ୍ବେ

ପୁରୁଷତ୍ବହୀନ କାପୁରୁଷ ସିଏ

ନାରୀ ନାରୀ ଦେହେ ଦେହ ଖୋଜୁଥାଏ

ରୂପରଙ୍ଗ ଦେଖି ଅଙ୍ଗ ଆକର୍ଷଣେ 

ସବୁ ରାକ୍ଷସର ଜନ୍ମ ଏଠି ମରଣର ନିମନ୍ତ୍ରଣେ ।


ନଷ୍ଟକରିଦେ ଲୋ ମା' କାପୁରୁଷର ପୁରୁଷତ୍ବ

ଯେଉଁ ପୁରୁଷପଣେ ତାକୁ ଦିଶେ ନାରୀ ସଦା ବସ୍ତ୍ରହୀନ

ନାରୀ ଦେହେ ନାରାୟଣୀ ବୋଲି

କାହିଁକି ଅବୁଝା ଅଜ୍ଞାନୀ ଆଜିର ରମଣୀ

ଅକ୍ଷମଣୀୟ ଅପରାଧେ କାହିଁ ଦେଉ କ୍ଷମା

ଭୁଲ୍ ନୁହେଁ ପାପ କରେ ସେ ସୁପୁରୁଷ ନୁହେଁ ଜମା ।


ଏ ପବିତ୍ର ଧରାରୁ ବିନାଶ ହୁଅନ୍ତୁ କାପୁରୁଷଗଣ

କାହିଁକି ମା' ଦେହ ଏଠି ପ୍ରତି ମୁହୁର୍ତ୍ତରେ ବିଦାରଣ

ଉତର ଦେ ଲୋ ମା' ଏ ତୁଚ୍ଛ ମଣିଷର ପ୍ରଶ୍ନଟିଏ

ଚାରିଆଡ଼େ ଦେହ ଖାଲି ଦେହ

ମିଛ ମାୟା ସମାଜରେ ମୋହ ଆଉ ମୋହ 

କେତେ ମନ କେତେ ଛାତିରେ କୋହ

ତୁ ହିଁ ତ ପୋଛିବୁ ମା' ଏ ସମାଜର ଲୁହ। 


Rate this content
Log in

Similar oriya poem from Abstract