କାନ୍ଦୁଛି ଓଡ଼ିଶା
କାନ୍ଦୁଛି ଓଡ଼ିଶା
କାନ୍ଦୁଛି ଏବେବି ମାଆ ମାେ ଓଡିଶା ।
ତା ପୁଅ ଆଜି ଦାଦନ ଖଟୁଛି
ଥାଇବି ତା ପାଖେ କେତେ କଳା କେତେ ଭାଷା ।।
ପଟ୍ଟ ଚିତ୍ର ଆଜି ଯିବାକୁ ବସିଛି
ହଜି ଓଡ଼ିଶାରୁ ।
କଳାକାର କାନ୍ଦେ ଏଠି
କଲା ହଜି ବରୁ ।।
ଯେଉଁ ହାତ ଦିନେ କୋଣାର୍କ ତୋଳିଲା
ଥିଲା ଶ୍ରୀ ମନ୍ଦିର କରି ।
ହଜିବାକୁ ବସିଲାଣି ଆଜି ସେ କଳା
ସେ କାରିଗରୀ ।।
ବାହୁନି ବାହୁନି କାନ୍ଦେ ଆଜି
ଉତ୍କଳ ର କାରିଗର ।
ହାତ ଥାଇ ଆଜି ପଙ୍ଗୁ ପାଲଟିଛି
ପଡ଼ିଛି ବେଡି ହାତେ ତାର ।।
ଚିନ୍ତା ପରିବାର ତେଲ ଲୁଣ ଘର
ସେ ପାଇଁ ଛାଡେ ଘର ।
କଳା ସେ ଜାଣିବି ମଜୁରିଆ ଦିନ ସାଜି
ଦାଦନ ଖଟେ ବାର ବାର ।।
ବେଉସା କୁଳ ରେ ଭାବେ ସେହି କାଳ
ନାହିଁ କେ ପଛେ ଆଗେ ତାର ।
କେତେ ବା ନିଜର ଶିଙ୍ଗ ରେ ତାଡ଼ିବ
ଓଠେ ପିଇ ଲୁହ ଧାର ।।
ଉଠରେ ଉଠରେ ଉତ୍କଳ ଭୂମିରେ
ଅଛ ଯେତେ ସନ୍ତାନ ।
ଆଣିବାକୁ ହେବ ତା ଚିତ୍ର ପୂରୁବ
ଏକାଠି ହେବାରେ ଜନ ।।
କାନ୍ଦୁଛି ମା ଉତ୍କଳ ଦେଖି ଝିଅ ପୁଅ ତାର
ପୋଛିବା ଚାଲ ରେ ଲୁହ ।
ବଞ୍ଚିବାକୁ ହେବ ବଞ୍ଚେଇବା କୁ ହେବ
ହାରିଣ ସଭିଙ୍କ କୋହ ।।
