କାମାକ୍ଷା ମାଆ ଆଷାଢ଼େ ସାହା
କାମାକ୍ଷା ମାଆ ଆଷାଢ଼େ ସାହା
କାମାକ୍ଷା ମାଆ ଆଷାଢ଼େ ସାହା
ଦକ୍ଷ ସୂତା ସତୀ ପତି ଅପମାନ
ନ ସହି ଅନଳେ ଝାସ
ଦେବାରୁ ତାହାଙ୍କ ଶରୀର କୁ ଧରି
କନ୍ଧେ କ୍ରୋଧେ କୃତିବାସ ।
ଦୁର୍ବିସହ କୋପ ଖେଦ ଯେ ଅମାପ
ଆରମ୍ଭ କଲେ ତାଣ୍ଡବ
ଦଲ ଦାଲ ହୋଇ କମ୍ଫିଲା ବ୍ରହ୍ମାଣ୍ଡ
ପ୍ରମାଦ ଗଣିଲେ ସର୍ବ ।
ଦେବଏ ବ୍ରହ୍ମା ଙ୍କ ସହିତେ ବିଷ୍ଣୁ ଙ୍କ
ନିକଟ ରେ କଲେ ସ୍ତୁତି
ଦୟାମୟ ହରି ଶଙ୍କର କୋପ ରୁ
ରକ୍ଷା କର ଶିଘ୍ର ସୃଷ୍ଟି ।
ଦେବ ଙ୍କ ଆରତ ଜଣାଣେ ତୁରିତ
ବାହାର ହୋଇଲେ ହରି
ଦେବୀ ଙ୍କ ଶବ କୁ ପେଶି ସେ ଚକ୍ର କୁ
ଖଣ୍ଡ ଖଣ୍ଡ ଦେଲେ କରି ।
ଦେହାଂଶ ତାଙ୍କ ର ଯେଉଁଠି ଯେଉଁଠି
ପଡିଲା ଯାଇ ଛିଟିକି
ଦେବୀ ପୀଠ ହୋଇ ବିଖ୍ୟାତ ହୋଇଲା
ଶକତି କ୍ଷେତ୍ର ବୋଲି କି ।
ଦିଆ ଗଲା ନାମ କାମାକ୍ଷା ବୋଲିଣ
ଆସାମ ର କାମ ରୂପ
ଦୂରେ ଏକାବନ ସ୍ଥାନ ଭିନ୍ନ ନାମ
ଏକାବନ ଶକ୍ତି ପୀଠ ।
ଦିସପୁର ଠାରୁ ଯେ ଅଳପ ଦୂର
କାମ ରୂପ ର ନିକଟ
ଦେବୀ ଙ୍କ ଯୋନି ଟି ପଡ଼ି ଥିଲା ସେଠି
ଏକ ସରୋବର ତଟ ।
ଦୂର ଦୂରାନ୍ତର ଭକତ ତାନ୍ତ୍ରିକ
ମାନଙ୍କ ସାଧନା କ୍ଷେତ୍ର
ଦୁଃଖ ବିନାସିନୀ କାମାକ୍ଷା ଜନନୀ
ଭାବ ରେ ତହିଁ ପୂଜିତ ।
ଦାରୁଣ ବିପତ୍ତି ତାରଣ କରନ୍ତି
କାମାକ୍ଷା ମାଆ ଭକ୍ତ ଙ୍କ
ଦୀର୍ଘ ତିନି ଦିନ ଆଷାଢ଼ ମାସ ରେ
ସପ୍ତମୀ ର ଠାରୁ ତାଙ୍କ ।
ଦୈବୀ ଦୁର୍ବିପାକ ବିନାଶେ ପାଳନ୍ତି
ଅମ୍ବୁବାଚୀ ମେଳା ନାମେ
ଦୀର୍ଘ ଦିନ ଧରି ଉତ୍ସବ ମୁଖର
ଅନୁଷ୍ଠିତ ରାତି ଦିନେ ।
ଦେବୀ ହୋଇ ଥାନ୍ତି ଋତୁମତୀ ସେହି
ତିନି ଟି ଦିନ ପାଇଁ କି
ଦର୍ଶନ ନିଷେଧ ହେଇଥାଏ ଏହି
ଦିନ ମାନ ଙ୍କ ରେ ସେଠି ।
ଦେଶ ବିଦେଶ ର ସାଧକ ତାନ୍ତ୍ରିକ
ଭକତ ଜନ ଙ୍କ ପାଇଁ
ଦେବୀ ଙ୍କର ରଜସ୍ଵଳା ର ସଙ୍କେତ
ଥାଏ ବହନ କରାଇ ।
ଦର୍ଶନ ଦିଅନ୍ତି ଚତୁର୍ଥ ଦିବସେ
ଶୁଦ୍ଧସ୍ନାନେ ପୂତ ହୋଇ
ଦର୍ଶନାଭିଳାସୀ ଯେତେକ ବିଶ୍ୱାସୀ
ଭକ୍ତ ଅଭିଷ୍ଟ ଜଣାନ୍ତି ।
ଦୟାମୟୀ ଦେବୀ ସେ କାମାଖ୍ୟା ମାଆ
ପୁରାନ୍ତି ହୃଷ୍ଟ ଚିତ୍ତ ରେ
ଦେବୀ କlମାଖ୍ୟା ଲୋ ପ୍ରତ୍ୟକ୍ଷ ଦେବତୀ
ସାହା ହେଉ ଆଷାଢ଼ ରେ ।
ଦୟା ରେ ତୋହର ହୁଏ ପୋଖରୀର
ଜଳ ନାଲିଆ ବରଣ
ଦୁଗ୍ଧ ବା ପ୍ରସାଦ ଭାବ ରେ ତାହାକୁ
ସେବନ୍ତି ଭକତ ଜନ ।