STORYMIRROR

Satyanarayan Sahoo

Abstract Action Inspirational

3  

Satyanarayan Sahoo

Abstract Action Inspirational

କାଳରାତ୍ରୀ -୨

କାଳରାତ୍ରୀ -୨

1 min
189


ନମୋ ନମଃ କାଳ ରାତ୍ରୀ ମହା ଭୟଙ୍କରୀ

ଗର୍ଦ୍ଧଭ ବାହିନୀ ତୁ , ଲୋ ମହା ଯୋଗେଶ୍ୱରୀ ।

ନମସ୍ତେ ନମସ୍ତେ ମାତ କରାଳ ବଦନୀ

ଉନ୍ମୁକ୍ତ କୁନ୍ତଳା ନମୋ , ବିକଟ ଦଶନୀ ।

ମହାଶକ୍ତି , ପରାଶକ୍ତି ଠାରୁ ତୁହି ଜାତ

ନମୋ ନମଃ ଗୋ ଜନନୀ ନମୋ ଆଦି ମାତ ।

ମନ୍ଦାର ମାଳିନୀ ନମଃ ନମୋ ଗୋ ଜନନୀ

କାଳ ରାତ୍ରୀ , ନମୋ ନମଃ ବିପୁଳ ଜଘନୀ ।

ନିଦ୍ରା ରୂପା , ନମୋ ନମଃ ମହା ମାହେଶ୍ୱରୀ

ପାପ ତାପ , ସଂହାରିନୀ , କଲ୍ୟାଣ କାରିଣୀ । 

ନମୋ ନମଃ କାଳୀ, ମହା ମାହେଶ୍ୱରୀ ମାତ

 ଆଗୋ ନବ , ଦୁର୍ଗା ଭାବେ , ତୁହି ପରିଚିତ ।

ନମଃ ନମଃ କାଳ ରାତ୍ରୀ ନମୋ ମହାମାୟୀ

ତୁ ଲୋ ଦିବ୍ୟ ଶକ୍ତିଦାତ୍ରୀ ଅଭୟ ଦାୟିନୀ ।

ନମସ୍ତେ ନମସ୍ତେ ମାତ କରାଳ ବଦନୀ

ଉଜ୍ଜ୍ବଳ କଜ୍ଜଳ ନାଇ ତୋ ଆଖି ଶୋଭିନୀ ।

ତୋର ଭକ୍ତି ପ୍ରଭାବରେ ଅସାଧ୍ୟ ସାଧନ

ଭକତେ ପ୍ରଦାନ କରୁ , ବହୁ ଧନ ଜନ ।

ନମୋ ନମଃ ଶ୍ୟାମା ଆଦ୍ୟା ଶକ୍ତି ନମୋ ନମଃ

ବରଦ , ଆଶିଷ ଦାୟୀ ମୁଦ୍ରାରେ ଶୋଭନ ।

ତୋ ଦକ୍ଷିଣ କର ଦ୍ବୟ ସଜାଇ ଥାଉ ତୁ

ଅନ୍ୟ କରେ , କୁନ୍ତ , ଖଡ୍ଗ ଧରି ମୁଣ୍ଡ କାଟୁ ।

ଚତୁର୍ଭୁଜା ତୁହି ଲୋ ମା ' ମହା କାଳରାତ୍ରୀ

ଭକତ ଜନଙ୍କୁ ସଦା ତୁ ଅଭୟ ଦ।ତ୍ରୀ ।

ନବ ନିଶ କୁନ୍ତ , ଖଡ୍ଗ ,ଖାପର୍ପର ଶୋଭିନି

ନମୋ ମା ଲୋ କାଳ ରାତ୍ରୀ ଅଭୟ ଦାୟିନୀ ।

ଝୁଣା ଧୂପ , ଗୁଲ୍ଗୁଲରେ ତୋର ଭାରି ଶ୍ରଦ୍ଧା

ନବରାତ୍ରୀ ଉପାସିତା ସିଦ୍ଧ ମହାବିଦ୍ୟା ।

ମହା ଶକ୍ତି , ମହାମାୟୀ , ନମୋ ଗୋ ଜନନୀ

ନମୋ ନମଃ କାଳ ରାତ୍ରୀ ଅଜ୍ଞାନ ନାସିନୀ ।

ନମୋ ଲୋ କ।ଳିକା , ମହା ମାୟି ଧୂମ ପଣ୍ଣା

ମହା ମାହେଶ୍ୱରୀ ମାତ ,ନମୋ ଧୂମ ବର୍ଣ୍ଣ। ।



Rate this content
Log in

Similar oriya poem from Abstract