କାଳରାତ୍ରି ସହ ସାକ୍ଷାତକାର
କାଳରାତ୍ରି ସହ ସାକ୍ଷାତକାର
ଆଗ ଦିନ ଗୋଟେ ବଳାତ୍କାର ହୋଇଥିଲା
ପରଦିନ ସତ୍ୟତା ଜାଣିବା ପାଇଁ
କାଳରାତ୍ରି ସହ ଏକ ସାକ୍ଷାତକାର ଥିଲା
କେମିତି ଦେଖୁଛ ସବୁ ଜଘନ୍ୟ କାଣ୍ଡ
ବଳାତ୍କାର ଅପହରଣ ଚୋରି ଆଉ ହତ୍ୟାକାଣ୍ଡ
ହଉ ଏବେ କୁହ କାଲି ରାତିରେ କଣ ହେଇଥିଲା
କାଳରାତ୍ରି ଜବାବ୍ ଦେଲା
ରାତ୍ରି ପ୍ରାୟ 9.30 ଥିଲା
ଚାରି ଆଡେ଼ କିଟିମିଟି ଅନ୍ଧାର
ମୋର ହିଁ ରାଜୁତି ଥିଲା
ଝିଅଟି ବସଷ୍ଟାଣ୍ଡରୁ ବାହାରି
ଡ଼ରି ଡରି କରି ଚାଲୁଥିଲା
ମୁଁ ଦେଖିଛି ଦେହ ହାତ ତାର ଥରୁଥିଲା
ସ୍କୁଲ ପାଖରେ କିଛି ପିଲା ବସି ପିଉଥିଲେ
ଆଉ ଖରାପ ଖରାପ କଥା କହି ହସୁଥିଲେ
ଝିଅଟିକୁ ଦେଖି ଉଠାଇ ନେଲେ
ମୋ ମନରେ ପ୍ରଶ୍ନ ଆସିଲା
କଣ ଝିଅଟି ଛୋଟ ଛୋଟ ଲୁଗା ପିନ୍ଧିଥିଲା
ନା ନା ଝିଅଟେ ପୁରା ଦେହ ଢାଙ୍କି ସୁନ୍ଦର ଶାଢ଼ୀଟେ ପିନ୍ଧିଥିଲା
ଓଃ ତାପରେ ଆଉ କଣ ହେଲା
ବଞ୍ଚାଅ ବଞ୍ଚାଅ ବୋଲି ଚିତ୍କାର କଲା
ଆଉ କିଛି ସମୟ ପରେ ଚୁପ୍ ହୋଇଗଲା
ବୋଧେ ସେହି ସମୟରେ ସେ ଆଖି ବୁଜିଦେଲା
ମୁଁ ଏବେ ଟିକେ ରାଗିଗଲି
ଆଉ ଉଚ୍ଚା ସ୍ଵରରେ ତାକୁ ପଚାରିଲି
ତୁମକୁ ଦିଶିଲାନି କାଲିର ସେ ବର୍ବରତା
ଅଲାଜୁକଙ୍କର କାଲି ରାତିର କ୍ରୂରତା
କେମିତି ଦେଖିଲ ସେ ଝିଅର ଉଲଗ୍ନ ବେଶକୁ
କେମିତି ଶୁଣିଲ ତାର ବଞ୍ଚାଅ ବଞ୍ଚାଅ ଚିତ୍କାରକୁ
ରାତ୍ରି ଏଥର ଜବାବ୍ ଦେଲା
ମୁଁ ତ ନିର୍ଜୀବ ପ୍ରତିବାଦର ଶକ୍ତି ନଥିଲା
ତୁମେ କିନ୍ତୁ ଥିଲ ସଜୀବ
ଗାନ୍ଧୀଙ୍କର ସେ ବାଣୀକୁ ତୁମେ ଭୁଲ ବୁଝିଲ
ଖରାପ କଥା ଦେଖିବା ନାହିଁ
ଖରାପ କଥା ଶୁଣିବା ନାହିଁ
ଆଉ ଖରାପ କଥା କହିବା ନାହିଁ
ତୁମେ ତ ସବୁ ଖରାପ କାମ ହିଁ କରି ଚାଲିଛ
ଚୁପ୍ ଚାପ୍ ଆଖି କାନ ପାଟି ବନ୍ଦ କରି ଦେଉଛ
ଗାନ୍ଧୀ କହିଥିଲେ ପ୍ରତିବାଦ କର
ହେଲେ ପ୍ରତିବାଦର ସ୍ୱର କିଏ ଥରେ ଉଠାଇଛ
ମୁଁ ସେତେବେଳେ ସ୍ତବ୍ଧ ଥିଲି
ତାର ପ୍ରଶ୍ନ ବାଣରେ ମୁଁ ନିସ୍ତେଜ୍ ହେଲି
ତାହାଲେ ଏହାର ସମାଧାନ କଣ ବୋଲି ପଚାରିଲି
ହଠାତ୍ ମୋର ନିଦ ଭାଙ୍ଗିଲା
ଆଉ ସମାଧାନ ଶୁଣି ପାରିନଥିଲି
ଏବେ ବି ସମାଧାନକୁ ହିଁ ଖୋଜୁଛି
ଆଉ ପୁଣି ସାକ୍ଷାତକାରର ଅପେକ୍ଷାରେ ଅଛି।