କାଳିଆ ମୋ ଭାଇ
କାଳିଆ ମୋ ଭାଇ
ଅତି ଶରଧା ରେ ରାକ୍ଷୀ ବନାଇଲି
ବାନ୍ଧି ଦେବି କାଳିଆ ତୋ ହାତରେ
ସୁଭଦ୍ରା ଭଉଣୀ ରାକ୍ଷୀ ବାନ୍ଧେ ବୋଲି
ପରବ ହୁଏ ତୋ ଶିରି ମନ୍ଦିରରେ
ସୁଭଦ୍ରାଙ୍କୁ ତୁ ତ ଭାରି ଭଲ ପାଉ
ସୁଭଦ୍ରା ଙ୍କୁ ମଝିରେ ତୁ ହିଁ ବସାଉ
ରଥ ଯାତରା କୁ ସାଥେ ତୋର ନେଉ
ମାଉସି ମାଆର ପୋଡ଼ ପିଠା ଖୁଆଉ
ଚନ୍ଦନ ସିନ୍ଦୁରକୁ ରଖି ମୁଁ ଦେଲି
ଲଗାଇ ଦେବି ମୋ କାଳିଆ ମଥାରେ
ଦ୍ଵାପର ଯୁଗେ ଥିଲେ ସୁଭଦ୍ରା ଭଉଣୀ
କଳି ଯୁଗେ ଅଛନ୍ତି ତୋ ସାଥେ ପୁଣି
ଦୁଃଖରେ ଭରା ମୋ ଜୀବନ କାହାଣୀ
ତୋ ଚକା ଆଖିରେ ଆଣିଛୁ ଯେ ଟାଣି
ଭାଇ ର ସମ୍ପର୍କ ତୋ ସାଥେ ଯୋଡ଼ିଲି
ସବୁ ବିପଦ ରୁ ରକ୍ଷା କରିବୁରେ ।