STORYMIRROR

Suresh chandra Padhy

Abstract

4  

Suresh chandra Padhy

Abstract

କାଳିଆ ମୋ ଭାଇ

କାଳିଆ ମୋ ଭାଇ

1 min
360


ଅତି ଶରଧା ରେ ରାକ୍ଷୀ ବନାଇଲି

ବାନ୍ଧି ଦେବି କାଳିଆ ତୋ ହାତରେ

ସୁଭଦ୍ରା ଭଉଣୀ ରାକ୍ଷୀ ବାନ୍ଧେ ବୋଲି

ପରବ ହୁଏ ତୋ ଶିରି ମନ୍ଦିରରେ


ସୁଭଦ୍ରାଙ୍କୁ ତୁ ତ ଭାରି ଭଲ ପାଉ

ସୁଭଦ୍ରା ଙ୍କୁ ମଝିରେ ତୁ ହିଁ ବସାଉ

ରଥ ଯାତରା କୁ ସାଥେ ତୋର ନେଉ

ମାଉସି ମାଆର ପୋଡ଼ ପିଠା ଖୁଆଉ

 

ଚନ୍ଦନ ସିନ୍ଦୁରକୁ ରଖି ମୁଁ ଦେଲି

ଲଗାଇ ଦେବି ମୋ କାଳିଆ ମଥାରେ


ଦ୍ଵାପର ଯୁଗେ ଥିଲେ ସୁଭଦ୍ରା ଭଉଣୀ

କଳି ଯୁଗେ ଅଛନ୍ତି ତୋ ସାଥେ ପୁଣି

ଦୁଃଖରେ ଭରା ମୋ ଜୀବନ କାହାଣୀ

ତୋ ଚକା ଆଖିରେ ଆଣିଛୁ ଯେ ଟାଣି


ଭାଇ ର ସମ୍ପର୍କ ତୋ ସାଥେ ଯୋଡ଼ିଲି

ସବୁ ବିପଦ ରୁ ରକ୍ଷା କରିବୁରେ ।



Rate this content
Log in

Similar oriya poem from Abstract