Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sarojini Mishra

Classics

4  

Sarojini Mishra

Classics

କାଳିଆ ହସୁଛି ରଥ ଉପରେ

କାଳିଆ ହସୁଛି ରଥ ଉପରେ

1 min
261



ବଡ଼ଦାଣ୍ଡ ଆଜି ମହ ମହ ବାସେ

ଭକତଙ୍କ ଭିଡ଼ ଲାଗିଛି

କର୍ପୂର ଚନ୍ଦନ ବାସ ମହକୁଛି

ଶରଧା ବାଲି ହସୁଛି ।


ଶରଧା ବାଲିରେ ଭକତଙ୍କ ସୁଅ

ସତେ ଅବା ଜନସିନ୍ଧୁ

ଜନ ସମୁଦ୍ରରେ କି ଶୋଭା ତ୍ରିରଥ

ଆଖି ଫେଡ଼ି ଦେଖ ବନ୍ଧୁ ।


ସୁସ୍ଥ ହେବା ପରେ ଚତୁର୍ଦ୍ଧା ମୁରତି

ଭ୍ରମଣ ଜନ୍ମ ବେଦୀକୁ

ମାଉସୀଙ୍କ ଠାରୁ ପୋଡପିଠା ଖାଇ

ତୋଷିବେ ଭକ୍ତ ଜନଙ୍କୁ ।


ବଡ଼ଦାଣ୍ଡ ଆଜି ଘୁ ଘୁ କମ୍ପୁଛି

ଘଣ୍ଟ ଘଣ୍ଟା ମାର୍ଦଳରେ

ନୃତ୍ୟକାରୀ ଦଳ ନୃତ୍ୟରେ ମଗନ

କାଳିଆ ହସେ ରଥରେ ।


ଭଜନ କୀର୍ତ୍ତନ ନାମାମୃତେ କମ୍ପେ

ବଡଦାଣ୍ଡ ଚତୁର୍ଦ୍ଦିଗ

ଶରଧା ବାଲି ଯେ ଭକତଙ୍କୁ ନେଇ

ହେଉଛି ଆଜି ଗର୍ବିତ ।


ଭକତ ମେଳରେ ପ୍ରେମ ମାଖୀ ଜଗା

ମୁରୁକି ମୁରୁକି ହସୁଛି

କର୍ପୂର ଚନ୍ଦନ ବାସ କୁ ପବନ

ଭକତେ ବାଣ୍ଟି ଦେଉଛି ।


ନନ୍ଦିଘୋଷେ ଦେଖ ଅପୂର୍ବ ଠାଣିରେ

କାଳିଆ ଚାହିଁ ହସୁଛି

କି ଅପୂର୍ବ ଭାବ ଭକ୍ତ ଭଗବାନ

ମିଳନ ଦେଖା ଯାଉଛି ।


ତାଳଧ୍ଵଜେ ବିଜେ ଭ୍ରାତା ବଳଦେବ

ଭଉଣୀ ଦେବ ଦଳନେ

ହଳଦୀ ମୁଖୀ ତ ସୁଭଦ୍ରା ଭଉଣୀ

ସଙ୍ଗେ ଥାନ୍ତି ସୁଦର୍ଶନେ ।


ଜନ ସମୁଦ୍ରରେ ବଡ଼ ନାଉରୀ ଯେ

ପାରି କରିବାକୁ ଠିଆ

ତା ଦେହର ବାସେ ମହ ମହ ବାସେ

ସର୍ବେ ହେଲେଣି ବାଇଆ ।


ରଥ ପଥ ଆଜି ଗର୍ବିତ ହେଉଛି

ଶରଧା ବାଲି ହସୁଛି

ଭକତ ବାନ୍ଧବ ହସୁଛି ରଥରେ

ଭକତ ଭାବେ ବୁଡ଼ିଛି ।


କର୍ପୂର ଚନ୍ଦନ ବାସ ଛୁଟାଇଛ

ମନ ସୁବାସିତ କର

ବାସ ଭରିଦିଅ ଭକତଙ୍କ ମନେ

ଜଗତ ଉଦ୍ଧାର କର ।


 


Rate this content
Log in

Similar oriya poem from Classics