STORYMIRROR

Ajit Kumar Raut

Tragedy

3  

Ajit Kumar Raut

Tragedy

କାଳଚକ୍ର

କାଳଚକ୍ର

1 min
246


ସମୟର ଚକ୍ର ଜଣା ପଡୁ ନାହିଁ

କାଳଚକ୍ର ପରି ଲାଗେ,

କେଉଁ ଚକ୍ର ପ୍ରଭୁ ଚକ୍ରାନ୍ତ ହୋଇଛି

ମନ ବିଚଳିତ ଲାଗେ।୧।


ଗ୍ରୀଷ୍ମପ୍ରବାହ ସେ ଆତୁର କରଇ

ତାତିଲା ଖରାର ବେଗେ

ତା ସଙ୍ଗକୁ ପୁଣି କରୋନା ତାଣ୍ଡବ

ମନେ ଭୟାଭୟ ଲାଗେ।୨।


ଘର ସଙ୍କଟର ଲହରୀ ଖେଳୁଛୂ

ଦୁଃଖିତ କରୁଛି ମନ,

ବଡ଼ଦେଉଳରେ ନିଶ୍ଚିନ୍ତେ ବସିଛ

ଦିଅ ପ୍ରଭୁ ଥରେ ଧ୍ୟାନ।୩।


ତବ ଧ୍ୟାନ ପ୍ରଭୁ ପଡୁନିଁ କାହିଁକି

ଅମଙ୍ଗଳ କିଛି ହେଲା,

ଅମଙ୍ଗଳେ ପ୍ରଭୁ ମଙ୍ଗଳ କରହେ

କାଳଚକ୍ର କିଆଁ ହେଲା।୪।


ଚତୁର୍ଦ୍ଦିଗେ ଦିଶେ ମୄତ୍ୟୁର ତାଣ୍ଡବ

ରୋଦନର ରାବ ଶୁଭେ,

ହାହାକାର ରାବ ପ୍ରତିଧ୍ୱନି ହୁଏ

କାଳଚକ୍ର ରାବ ଶୁଭେ।୫।


ପ୍ରଚଣ୍ଡ ଖରାରେ ତାତି ଉଠୁ ଅଛି

ଗ୍ରୀଷ୍ମ ଋତୁଟି ପ୍ରଖର,

ବୄଦ୍ଧ ଜନ ପୁଣି ଅସ୍ଥିର ହୁଅନ୍ତି

ଅଭୟ କର ତାଙ୍କର।୬।


କରୁଣାକର ହେ ପ୍ରଭୁ ଜଗନ୍ନାଥ

ଜଗତର ସ୍ୱାମୀ ତୁମେ,

ତୁମ ବିନୁ ନାହିଁ ଭରସା କାହାରେ

ଅଭୟ ଦିଅ ହେ ତୁମେ।୭।


ଏପରି ତାଣ୍ଡବ ଦେଖି ନାହିଁ କେବେ

ଭାଗ୍ୟକୁ ଆସିଛି ଏବେ,

ବଡ଼ଦେଉଳରୁ ଦିବ୍ୟଚକ୍ଷୁରେ ହେ

ଚାହିଁ ଦିଅ ପ୍ରଭୁ ଏବେ।୮


ଦିବ୍ୟଚକ୍ଷୁ ତୋର ପଡି ଗଲେ ଏଠି

କାଳଚକ୍ର ହେବ ଦୂର,

ନିରୋଗ ହୋଇଣ ପବିତ୍ର ମନରେ

ପୂଜୁ ଥିବେ ନିରନ୍ତର।୯।


କରୁଣାର ଚକ୍ଷୁ ଚାହିଁ ଦିଅ ପ୍ରଭୁ

ଜଗତ ମଙ୍ଗଳ ହେଉ,

ଏହି କାଳଚକ୍ର ଦୂରେଇ ଦିଅ ହେ

ଜନଙ୍କ କଲ୍ୟାଣ ହେଉ।୧୦।


ସମୟର ଚକ୍ର ଜଣା ପଡୁ ନାହିଁ

କାଳଚକ୍ର ପରି ଲାଗେ

 କେଉଁ ଚକ୍ର ପ୍ରଭୁ ଚକ୍ରାନ୍ତ ହୋଇଛି

ମନ ବିଚଳିତ ଲାଗେ।୧୧।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy