STORYMIRROR

Subhalaxmi Nayak

Abstract

3  

Subhalaxmi Nayak

Abstract

କାଳବୈଶାଖୀର ଅନ୍ତେ

କାଳବୈଶାଖୀର ଅନ୍ତେ

1 min
163

ନିଦାଘ ଗ୍ରୀଷ୍ମର ଆଗନ୍ତୁକ ସାଜି

ଆସିଥିଲା ଏକ କାଳବୈଶାଖୀ ଝଡ଼

ତୁହାକୁ ତୁହା ବର୍ଷା ସାଙ୍ଗକୁ

ମାଡ଼ ହେଉଥିଲା କୁଆପଥର।


ଅଦିନିଆ ମେଘକୁ ସ୍ୱାଗତ କରିବା

ଲାଗୁଥିଲା ମନେ ଡ଼ର

ତଥାପି ମନରେ ଦମ୍ଭ ଧରି ସିଏ

ଭିଜିଗଲା ସାଜି ଯାଯାବର।


ଅଚିହ୍ନା ଅଚିହ୍ନା ଲାଗୁଥିଲା ସିନା

ଶିହରଣ ଖେଳେ ମନରେ

ବୁଝିବାକୁ ଚେଷ୍ଟା କରୁଥିଲା ଯେତେ

ଭାସିଣ ସମୟ ସ୍ରୋତରେ।


ଅଦିନିଆ ମେଘକୁ କି ଅବା ଭରସା

ରହିଛି କି ସ୍ଥାୟୀ ହୋଇ?

ସେଇଥିପାଇଁ ତ ଜଗତେ ବିଖ୍ୟାତ

କାଳବୈଶାଖୀର ନାମ ପାଇ।


ଅପସରି ଗଲା କ୍ଷଣିକ ମଧ୍ୟରେ

କଳା ବାଦଲର ଆବରଣ

ପୁଣି ସେଇ ଅନୁଭବ ନିଦାଘ ଗ୍ରୀଷ୍ମର

ପଡ଼େ ତୀର୍ଯ୍ୟକ୍ ସୂର୍ଯ୍ୟକିରଣ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract