କାଳ ରାତି
କାଳ ରାତି
ରାତି କାଳ ହୁଏ କିଛି ଲୋକ ପାଇଁ
ଭାଗ୍ୟ ଖରାପ ପଡିଲେ
କାଳ ରାତି ପାଇଁ ଭାଗ୍ୟ ଦାୟୀ ନୁହଁ
ସଜାଗ ନିଜକୁ କଲେ ।
ନିଃଶବ୍ଦ ଶାନ୍ତିରେ ଶୋଇଥାନ୍ତି ସର୍ବେ
କାଳୀର କରାଳ ବୁକେ
ନିଷ୍ଟୁର ଲମ୍ପଟ ଡକାୟତେ ସଦା
ଲୁଟଇ ସମ୍ପଦ ଲୋକେ ।
ବ୍ୟଭିଚାରୀ ସଦା ଅପେକ୍ଷାରେ ଥାଏ
କାଳ ରାତ୍ରି ଆଗମନ
ନିର୍ଯାତନା ସର୍ବ କରୁଥାଏ ହୋଇ
କାଳ ରାତ୍ରିର ଆହ୍ୱାନ ।
ରାତ୍ର ହୋଇଯାଏ ସମାଜର ପାଇଁ
ଏକ ଲମ୍ବା ଗୁଞ୍ଜରଣ
କାହା ପାଇଁ ଏହା ହୁଏ ସେ ନିରାଳି
ମନୁଷ୍ୟର ଥିଲେ ପୁଣ୍ୟ ।
ହିଂସ୍ର ଯିବେ ସଦା ବିଚରଣ ପାଇଁ
ରାତିକୁ ଆଦରିଥା’ନ୍ତି
ପ୍ରକୃତିଟି ହିଂସ୍ର ହୋଇ ଯାଇ ଥାଏ
ସୁପ୍ତକୁ କରେ ଅଶାନ୍ତି ।
କ୍ରୁର କପଟ ହିଂସା ଦ୍ୱେଷକୁ ଛାଡି
ଶାନ୍ତିରେ ଶୁଅନ୍ତୁ ସର୍ବେ
ରାତି କାଳ ନୁହଁ ଶାନ୍ତି ମୁକ୍ତିର ଯେ
ଆଦରି ନିଦ୍ରାକୁ ଗର୍ବେ ।
ଦିନ ଶ୍ରମ ସାରି ଶୋଇବା ଶାନ୍ତିରେ
ଶରୀର ଶାନ୍ତିର ପାଇଁ
ପୃଥିବୀର ଶାନ୍ତି ସୂରୁଜ ବି ଶାନ୍ତି
କଠୋର ଯେ କାହିଁ ପାଇଁ ।
