STORYMIRROR

Debaki Behera

Romance Classics Fantasy

2  

Debaki Behera

Romance Classics Fantasy

କାହ୍ନୁ ତୋର ପ୍ରେମ

କାହ୍ନୁ ତୋର ପ୍ରେମ

1 min
18

ହେବି ନାହିଁ ମୀରା କିମ୍ବା ହେବି ନାହିଁ ରାଧା

କୃଷ୍ଣ ମୋରୋ ଲୋଡା ନାହି ପ୍ରେମ ଅସୁବିଧା

ପ୍ରେମ ପାଇଁ ପାଗେଳିନି ହୋଇଲା ତ ଜଣେ

ଘର ପରିବାର ଛାଡ଼ି କାହ୍ନୁ କାହ୍ନୁ ଗୁଣେ।

ରାଧା ବିଚାରୀ ତ କେବେ ଛନ୍ଦ ନ ଜାଣଇ

ପାଗେଳୀ ପରାୟେ ସେ ଯେ ତାକୁ ହିଁ ଝୁରଇ।

କେତେ ଅପବାଦ କେତେ କଥା ସେ ଶୁଣିଲା

କାହ୍ନୁ ପ୍ରେମେ କଳଙ୍କିନି ଗୋପପୁରେ ହେଲା।

ମୀରା ପୁଣି କାହ୍ନୁ ପ୍ରେମେ ହୋଇଲା ଯୋଗିନୀ

ମା ବାପା ସ୍ନେହ ସେ ଯେ ନ ଖୋଜିଲା ପୁଣି।

ହାତରେ କାହ୍ନୁ ର ମୂର୍ତ୍ତି ତୁଣ୍ଡରେ ତା ନାମ

ଗାଇ ଗାଇ ହୋଇଗଲେ ସନ୍ନ୍ୟାସୀନି ସମ।

କେଡେ ଛନ୍ଦ ଜାଣେ ସେହି ରସିକ ନାଗର

ପାଗଳ ଯେ ଗୋପ ନାରୀ ପ୍ରେମରେ ତାହାର।

ମୁଁହି ହେବନାହିଁ କେବେ ସେ ଦୁହିଁଙ୍କ ପରି

ଲୋଡା ନାହିଁ ପ୍ରେମ ମୋତେ କାହ୍ନୁ ରେ ତୋହରି।



Rate this content
Log in

Similar oriya poem from Romance