STORYMIRROR

SOUBHAGYABATI GIRI

Romance

3  

SOUBHAGYABATI GIRI

Romance

କାହ୍ନା

କାହ୍ନା

1 min
222

କଦମ୍ବ ନାହିଁ କି ଯମୁନା ନାହିଁ

ଏଇ ମୋ ହୃଦୟ ଭିତରେ,

ତଥାପି ବି ଏଠି କାହ୍ନା ତୋ ବଇଁଶୀ

ଶୁଭିଯାଏ ପ୍ରତି କ୍ଷଣରେ।

ପାଗଳୀ ପରାଏ ଏଣେତେଣେ ଖୋଜେ

କାହିଁଗଲୁ କଳାକହ୍ନେଇ,

କୋହ ସବୁ ମୋର କଦମ୍ବ ସାଜୁଛି

ଶାଖାପ୍ରଶାଖାକୁ ମେଲାଇ।

ଛଳଛଳ ଆଖି ହେଇଯାଏ ମୋର 

ଲୁହ ସବୁ ହୁଏ ଢଳଢଳ,

ନିଃଶବ୍ଦରେ ମତେ ଶୁଭିଯାଏ ସତେ

ଯମୁନାର ସେଇ କଳକଳ।

ଅନ୍ତର ବେଦନା ବୁଝୁନାହୁଁ କାହିଁ

ଦିନେ ଆସି ଦେଉନାହୁଁ ଦେଖା,

ତତେ ଝୁରିଝୁରି ହେଲିଣି ପାଗିଳୀ

କାମ କରୁନି ଯେ ମୋର ପ୍ରେକ୍ଷା।

ଦୂରୁ ହାତଠାରି ଡାକିଦେଇ ତୁହି

ଚାଲିଯାଉ ପୁଣି ପଲକରେ,

ପଡିଉଠି ମୁହିଁ ଧାଏଁ ତୋର ପଛେ

ଲୁଚିଯାଉ ତୁ କେଉଁ ଅନ୍ଧାରେ।

ଜାଣିଛି ଦିନେ ତୁ ଆସିବୁ ମୋ ପାଶେ

ଏବେ ଦେଖାଉଛୁ ଟିକେ ଛଇ,

ରାଧାରାଣୀ ମନ ନେଇ ମୁଁ ବସିଛି

ଆ କାହ୍ନା ମୋର ଧାଇଁଧାଇଁ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance