STORYMIRROR

Anjana Naik,Anju..Deogarh

Classics Others

4  

Anjana Naik,Anju..Deogarh

Classics Others

କାହ୍ନା ଥରେ ଆସିବକି

କାହ୍ନା ଥରେ ଆସିବକି

1 min
555


ଆସିବକି ଥରେ ଦରଜା ଖୋଲି ମୋ

ଶୂନ୍ୟତା ମନ ମନ୍ଦିରେ 

ବଜାଇ ତୁମର ମୋହନ ମୁରଲୀ 

ବାଣ୍ଟିବାକୁ ପ୍ରୀତି ମଧୁରେ ।।

ନଶ୍ବର ଶରୀରେ ଅବତରିବକି 

ମୋ ପାଇଁ ଏ ଧରାଧାମରେ 

ଅନ୍ଧାର ଜୀବନେ ଆଲୋକ ଭରିବ 

କୃତାର୍ଥ ହେବି ଦର୍ଶନରେ ।।

ମଧୁକର ଭଳି ଗୁଣୁଗୁଣୁ ହୋଇ 

ମଧୁ ଲୋଟିନେବ ସ୍ବଧିରେ 

ମଧୁକଣ୍ଠ ହୋଇ ମୁଁ ଗୀତ ଗାଇବି 

ତୁମ ସାଥେ ମଧୁକାଳରେ ।।

ମଧୁମଲ୍ଲୀ ହୋଇ ଲୋଟିଯିବି ମୁଁ ଯେ 

ତୁମ ଅମାନିଆ ଭାବରେ 

ମଧୁର ବଚନେ ତୋଷିବ ମୋ ମନ 

କେତେ ଯେ ମଧୁର ରସରେ ।।

ଶ୍ରାବଣର ଧାରା କ୍ଷୀଣ ହୋଇଯିବ 

ଏ ମିଳନର ମଧୁରତାରେ 

ଦୁଃଖର ବାଦଲ ଅପସରି ଯିବ 

ବିଲୀନ ହେବା ସେ ପ୍ରେମରେ ।।

ପ୍ରେମର ମଧୁକ ସୁରା ପାନକରି 

ମଧୁମୟ ହେବା ତନ୍ଦ୍ରା ରେ 

ମଧୁମାଳତିର ପୁଷ୍ପ ପଡ଼ୁଥିବ 

ଆମର ମଧୁଚନ୍ଦ୍ରମାରେ ।।

ମୁଁ ଦେଖିବି ତୁମ ମଧୁର ମୁରତି 

ରାତିରେ ମଧୁ କିରଣରେ 

ରାତି ବିତିଯିବ ମଧୁଭବନରେ

ଆମରି ମଧୁରାଳାପରେ ।।

ମହକିବ ସାରା ମଧୁବନ ପୁଣି 

ମିଶ୍ରିତ ମଧୁର ହାସ୍ୟରେ 

ବିଞ୍ଚି ହୋଇଯିବ ମଧୁରାମ୍ଳ ସ୍ବପ୍ନ 

ଜୀବନେ ମଧୁର ଗନ୍ଧରେ ।।

ମଧୁର ପ୍ରକୃତି ରସଭରା ହେବ 

 ନିର୍ମଳ ମଧୁଯାମିନୀରେ

ମଧୁର ଭକ୍ତିରେ ଅଧିର ହୋଇଯେ

ନିଶ୍ବହେବା ଶାଶ୍ଵତ ପ୍ରେମରେ ।। 

ନଶ୍ବର ଶରୀରେ ଅବତରିବକି 

ମୋ ପାଇଁ ଏ ଧରାଧାମରେ 

ଅନ୍ଧାର ଜୀବନେ ଆଲୋକ ଭରିବ 

କୃତାର୍ଥ ହେବି ଦର୍ଶନରେ ।।

ତୁମେ ହସି ଦେବ ମୋ ବଦଳରେ 

 ମୁଁ କାନ୍ଦିବି ତୁମ ବଦଳରେ 

ଆସିବକି କାହ୍ନା ମନର ଦେଶରେ 

ରହିବା ପାଇଁ ଏକାନ୍ତରେ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics