କାହିଁକି
କାହିଁକି
ପାଦ ମୋର ବାଟବଣା
ମନ ମୋର ଆନମନା
ତୁମ ପାଇଁକି
ପ୍ରିୟା, ପଚ଼ାରନା କାହିଁକି? -୧-
ଫୁଲ ଆଜି ଗନ୍ଧହରା
ଚାନ୍ଦ ଆଜି ଜ୍ଯୋତ୍ସ୍ନାହରା
ତୁମ ପାଇଁକି
ପ୍ରିୟା, ବୁଝୁନାହଁ କାହିଁକି? -୨-
ମଧୁ ଆଜି ସ୍ବାଦହରା
ପକ୍ଷୀ ଆଜି ବେସୁରା
ତୁମ ପାଇଁକି
ପ୍ରିୟା, ରୁଷିଯାଅ କାହିଁକି? -୩-
ହୋଲି ଆଜି ରଙ୍ଗହୀନ
ମୁହିଁ ଆଜି ବାକ୍ଯଶୂନ୍ଯ
ତୁମ ପାଇଁକି
ପ୍ରିୟା, ଭୁଲିଗଲ କାହିଁକି? -୪-
ସବୁ ଆଜି ଫିକା ଫିକା
ହେଲି ମୁହିଁ ଏକା ଏକା
ତୁମ ପାଇଁକି
ପ୍ରିୟା, କହୁନାହଁ କାହିଁକି? -୫-
