STORYMIRROR

Usharani Sahoo

Tragedy

4  

Usharani Sahoo

Tragedy

କାହିଁକି ମଉନେ ବସିଛୁ ତୁହି

କାହିଁକି ମଉନେ ବସିଛୁ ତୁହି

1 min
329


ମାଆ ବୋଲି ମୋର ଯେବେ ଡାକିଦେଲି

ହୃଦୟେ ଦେଉଥିଲୁ ଦେଖା

ବାଟରେ ଘାଟରେ ମୋ ସହ ଥାଉ ତୁ

କାଳେ ମୁଁ ପଡ଼ିଯିବି ଥକ୍କା।


ପ୍ରତି ମୁହୂର୍ତ୍ତରେ ଅନ୍ତର ମୋ ଝୁରେ

ତୋତେ ଟିକେ ପାଇଵା ପାଇଁ

ସବୁ କିଛି ଭୁଲି ଯିବି ମୁହିଁ ଚାଲି

ତୋ ପାଖକୁ ଆସିଛି ଧାଇଁ।


ପିଲାଟି ବେଳରୁ ମା ତୁ ମାଆ ମୋର 

ଆଉ କିଛି ଜାଣି ତ ନାହିଁ

ଦୁଃଖର ସାଗରେ ସୁଖର ଲହରୀ

କଣ୍ଟାରେ ମୋ ଫୁଲ ସଜେଇ।


ଜୀବନ ପଥରେ ଆଶାର ଭରଷା

ଶୀତଳ ତୋ ପଣତ ଛାଇ

ଜଗତ ଜନନୀ ଅଭୟ ଦାୟିନୀ

କରୁଣା ତୋ ଦିଏ ବିଛେଇ।


ଜୀବନ ଯନ୍ତ୍ରଣା ହେଲାଣି ଅସହ୍ୟ

ଆଉ ତ ମୁଁ ପାରୁନି ସହି

ଜୀବନ ଯୁଦ୍ଧରେ ଥକି ପଡିଲିଣି

ତୋ ବାଟକୁ ରହିଛି ଚାହିଁ।


ଲୋଡ଼ା ନାହିଁ ମୋର ଧନ ଜନ ଆୟୁ

ଯଶ କି ମାନ ସନମାନ

ଜୀବନ ନାଟକ ସରି ଆସିଲାଣି

ପଦ ତଳେ ମା ଦେ ଶରଣ।


ମୋର ଏହି କଥା ତୋତେ ଶୁଭୁନାହିଁ

ପାଷାଣ କି ହୋଇଛୁ ତୁହି

ମଉନେ ହୋଇ ତୁ କାହିଁକି ବସିଛୁ

ମୁକ୍ତିର ମାର୍ଗ ଦେ ବତାଇ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy