STORYMIRROR

ବି. ନିରୁପମା

Abstract Classics

5.0  

ବି. ନିରୁପମା

Abstract Classics

କାହିଁକି ଏମିତି ହୁଏ

କାହିଁକି ଏମିତି ହୁଏ

1 min
11.7K



ଆହେ ଇଚ୍ଛାମୟ ତୁମରି ଇଚ୍ଛାରେ

ଯଦି ସବୁକିଛି ହୁଏ ,

କେ ଭୁଞ୍ଜଇ ନିତି ଦୁଧ,ସରପୁଳି

ଅଧା ପେଟେ କିଏ ରହେ ।

ବାରବାର ଏହି ପ୍ରଶ୍ନ ଉଙ୍କିମାରେ

ମୋ ମନେ ଆପଣା ଛାଏଁ...

କାହିଁକି ଏମିତି ହୁଏ !!(୦)


ରାଜ ଉଆସରେ ରହେ କେ ଥାଟରେ,

ଦିନ ବିତାଏ କେ ବାଟରେ ଘାଟରେ ।

ଜଣେ ଭାଗ୍ୟବାନ ହେଲାବେଳେ କିଆଁ

ଆନ ହତଭାଗା ହୁଏ ।(୧)


ବାରବାର ଏହି ପ୍ରଶ୍ନ ଉଙ୍କିମାରେ

ମୋ ମନେ ଆପଣା ଛାଏଁ....

କାହିଁକି ଏମିତି ହୁଏ !!


ଭଳିଭଳି କା'ର ବସନ-ଭୂଷଣ ,

ଜୀବନଟା ସାରା ଭୋଗେ କେ କଷଣ ।

ତୁମକୁ ଭରଷା କରି କାନ୍ଦେ କେହୁ

ନ ମାନି ସୁଖରେ ରହେ ।(୨)


ବାରବାର ଏହି ପ୍ରଶ୍ନ ଉଙ୍କିମାରେ

ମୋ ମନେ ଆପଣା ଛାଏଁ....

କାହିଁକି ଏମିତି ହୁଏ !!


ସବୁ ଜାଣି ତୁମେ ରହିଲେ ମଉନ ,

ଦୁଃଖୀ ଜନ ଦୁଃଖ ହେବ କି ନିଊନ !

କାହା ଆଗେ ଆଉ ପଚାରିବି ଯାଇ

ଉତ୍ତର ବା ଦେବ କିଏ !(୩)


ବାରବାର ଏହି ପ୍ରଶ୍ନ ଉଙ୍କିମାରେ

ମୋ ମନେ ଆପଣା ଛାଏଁ...

କାହିଁକି ଏମିତି ହୁଏ...

କାହିଁକି ଏମିତି ହୁଏ !!



ବି. ନିରୁପମା

ମାମୁରିଆ, ଛେଣ୍ଡିପଦା,ଅନୁଗୋଳ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract