STORYMIRROR

Ajit Kumar Raut

Abstract

3  

Ajit Kumar Raut

Abstract

କାହିଁକି ଚିନ୍ତା

କାହିଁକି ଚିନ୍ତା

1 min
212


ଜୀବନ ଭୋଗିଛି ଚିରନ୍ତନ ସତ୍ୟ

  ଦେଖିଛି ମୁହିଁ ନୟନେ,

ବିତିଛି ସବୁତ ଜୀବନ ଯାତ୍ରାରେ

  ଆସୁ ଥାଏ ଘନେ ଘନେ।


ଥକି ଗଲି ମୁହିଁ ପାରୁ ନାହିଁ ଆଉ

  ଠିଆ ଅଛି ଏକ ସତ୍ୟ,

ଚଟାଣ ପର ଟି ରହିଛି ଆଗରେ

   ଗୋଟାଏ ପରା ସତ୍ୟ।


ସବୁ ସତ୍ୟ ପରା ଜୀବନେ ଆସିଲା

   ଆସି ନାହିଁ ସେହୁ ଏକ,

ଦୁଃଖ ଓ ଆନନ୍ଦେ ଜୀବନ ବ୍ୟତୀତ

  କରୁଛି ଚିନ୍ତିତ ଏକ।


ଧନୀ ଓ ଗରିବ ହୋଇବା ଦେଖିଛି

  ଭୋଗି ଅଛି ମୁଁ ଜୀବନେ,

କିପରି ଯନ୍ତ୍ରଣା ଗୋଟିଏ ସତ୍ୟର

   କିପରି ଆସିବ ଦିନେ।


କେବେ ସେ ଆସିବ ସେହୁ ଏକ ସତ୍ୟ

  ଚିନ୍ତିତ ଟି ମନପ୍ରାଣ,

ଦୟା ମାୟ କରି ଜୀବନ ବିତୁଛି

  କର୍ମକ୍ଷେତ୍ରେ ଅନୁକ୍ଷଣ।


କିପରି ଟି ସତ୍ୟ କିପରି ଯନ୍ତ୍ରଣା

  ମନ ବିଚଳିତ ସଦା,

ଧ୍ୟାନ ପ୍ରଭୁ ପଦେ ସର୍ବଦା ରଖିଛି

  କରେ ଭକ୍ତି ମୁଁ ସର୍ବଦା।


ପାରୁନାହିଁ ଆଉ ଶରଣାପନ୍ନ ମୁଁ

  ମରଣ ଯନ୍ତ୍ରଣା ଦୃଶ୍ୟ,

ଦୟା କର ପ୍ରଭୁ ଥକି ଗଲି ମୁହିଁ

  ମନରେ ନରହୁ ଦୃଶ୍ୟ।


ଜ୍ଞାନ ଓ ଅଜ୍ଞାନେ ଜାଣିଛି ମୁହିଁଟି

  ନିଶ୍ଚୟ ଆସିବ ଦିନେ,

କିପରି ଆସିବ କେବେ ବା ଆସିବ

  ନଥିବ ତାହାଟି ମନେ।


ଅସତ୍ୟା ହୋଇଛି ତାହା ଯୋଗୁଁ ମୁହିଁ

  ଜାଣି ନ ପାରିଲି କିଛି,

ଜନମ ହେଲେ ହିଁ ମୃତ୍ୟୁ ହିଁ ଅବଶ୍ୟ

   ଶାସ୍ତ୍ର ଜ୍ଞାନୁ ଜାଣି ଅଛି।


ପ୍ରଭୁଙ୍କ ଭିଆଣ ମରଣ ଟି ସତ୍ୟ

   ଆସିବ ସମୟ ଦିନେ,

ଜୀବନରେ ଚିନ୍ତା ତାହା ପାଇଁ କିମ୍ପା

   ସବୁ ରହିଯିବ ଶୁନ୍ୟେ।


ରାଷ୍ଟ୍ର କର୍ମେ ନିତ୍ୟେ ମନ ରଖି ଥିବି

   ଜନଜନେ ସେବୁ ଥିବି,

ପ୍ରଭୁ ଜଗନ୍ନାଥେ ଭକ୍ତି ରଖି ଥିବି

   କର୍ତ୍ତବ୍ୟ ମୋ କରୁ ଥିବି।

    


Rate this content
Log in

Similar oriya poem from Abstract