STORYMIRROR

DR SAMIR RANJAN BEHERA

Abstract Classics Inspirational

4  

DR SAMIR RANJAN BEHERA

Abstract Classics Inspirational

କାହିଁକି ଆସିଛୁ ମନ

କାହିଁକି ଆସିଛୁ ମନ

2 mins
238


କାହିଁକି ଆସିଛୁ ବାବୁ କିଶ ନେଇ ଯିବୁ କି

ଆସିଥିଲୁ ଶୂନ୍ୟ ହେଇ ଯିବୁ ଶୂନ୍ୟ ହେଇକି

ଏନ୍ତୁଡ଼ି ଶାଳ ରେ ତୁହି ଯେବେ ପାଦ ରଖିଲୁ

ଏ ଦୁନିଆ ହସୁଥିଲା ତୁ କିନ୍ତୁ କାନ୍ଦୁଥିଲୁ

 ଧୀରେ ଧୀରେ ମିଛ ମାୟା ତୋତେ ଗ୍ରାସି ଗଲା

 ବାପା ବୋଉ ସ୍ନେହ ପାଇ ନିଜକୁ ଭୁଲି ଗଲୁ ll

ବାଲ୍ୟlବସ୍ଥା କଟେ ତୋର ଖେଳ ଆଉ କୁଦ ରେ

ପାଠ ପଢି ବଡ ହେବୁ ଘରେ ସ୍ବପ୍ନ ତୁ ଦେଖୁ ରେ ll

କୈଶୋର କଟିଗଲା ତୋର ପାଠ ପଢି ପଢି ରେ

ଦିନ ରାତି ଏକ କଲୁ ସ୍ବପ୍ନ ସାକାର କରିବାରେ ll

ବାପା ବୋଉ ଉଚ୍ଚ ଆଶା ଥିଲା ତୋ ପାଖରେ

ତାଙ୍କ ଆଶା ପୂର୍ଣ୍ଣ ପାଇଁ ଜୀବନ ଲଗେଇ ଦେଲୁରେ ll

ଚାକିରୀ କରିଲୁ ତୁହି କେତେ ରୋଜଗାର କଲୁ ରେ

ବାପା ମା ତୋର ଟଙ୍କା ରେ ଆତ୍ମହରା ହେଲେରେ ll

 ଲକ୍ଷ ଲକ୍ଷ ଅର୍ଥର ତୁ ମାଲିକ ଯେ ହେଲୁ

 ତହିଁପରେ ବିବାହ ବନ୍ଧନ ରେ ଆବଦ୍ଧ ହେଲୁ ll

 ଆଉ ଏକ ମାୟା ତୋ ଜୀବନେ ଆସି ଗଲା

 ପ୍ରତି କଥାରେ ତୋତେ ଯେ ଉଠ ବସ କଲା ll

 ତା ମାୟାରେ ତା ପ୍ରେମ ରେ ତୁହି ବାୟା ହେଲୁ

 ପିତା ମାତା ଗୁରୁ ଧର୍ମ ସବୁ ଭୁଲି ଗଲୁ ll

 ଟଙ୍କା ଗାଡି ଘୋଡା ବଙ୍ଗ୍ଲୋ ରେ ମାତିଣ ଯେ ଗଲୁ

 ପିତା ମାତା ଭାଇ ବନ୍ଧୁ  ସଭିଁଙ୍କୁ ଅବହେଳା କଲୁ ll

 ବାପା ମା ତୋ ଝୁରି ଝୁରି ଆର ପାରିଗଲେ

 ଶେଷ ବେଳେ ତୋ ମୁହଁ କୁ ଦେଖି ନ ପାରିଲେ ll

 ଜୀବନ ର ଶେଷ ଯାଏ ତୋ ପାଇଁ ସବୁ କଲେ

 ଶେଷ ବେଳେ ଲୁହ ଟୋପେ ଦେଇ ଦେଇ ଗଲେ ll

 

 ଗଲା ବେଳେ ଖାଲି ଛଅ ଖଣ୍ତ କାଠ ନେଲେ

 ଧନ ରତ୍ନ ଜମି ବାଡ଼ି ତୋ ପାଇଁ ଛାଡ଼ିଗଲେ ll

 ପିତୃ ସମ୍ପତ୍ତି ରେ ବାବୁ ତୁ କୁରୁଳି ଉଠିଲୁ

 ସମ୍ପତ୍ତି ର ରାଜଗାଦି ରେ ତୁ ବସିଗଲୁ ll

କାଠ ର ଘୋଡାରେ ବସି ଆଗେଇ ଯାଉଛୁ

 କିଛି ବୁଝି ପାରୁନୁ ତୁ କିସ ତୁ କରୁଛୁ ll

 ତୋର ଜେଜେବାପା ଦିନେ ସଂସାର ଛାଡିଥିଲେ

 କୋଟି ସମ୍ପତି ରୁ କାଣିଏ ବି ନେଇ ନ ପାରିଲେ ll

 

 ତୋ ବାପା ଚାଲିଗଲେ ତୋତେ ଝୁରି ଝୁରି

 ସିଏ ବି କାଣିଚିଏ ସମ୍ପତ୍ତି ରୁ ନ ନେଇଲେ ପାରି ll

ଏତେ ଉଦ୍ଧତ ହେଉ ବାବୁ କାହିଁ ପାଇଁ କହରେ

ଆଜି ଯାହା ତୋର କାଲି ଆଉ କାର ହେବରେ ll

କେହି ରହି ନାହିଁ ବାବୁ ଏ ଭବ ସଂସାର ରେ

ସଭେଁ ନିଜ କର୍ମ ସାରି ଚାଲିଯିବେ ଆରପାରି ରେ ll

ନିଜ ପିନ୍ଧା ବସ୍ତ୍ର ବି ବାବୁ ନଯିବ ତୋ ସାଥିରେ

ଛ ଖଣ୍ଡ କାଠ ସଵାରୀ ରେ ଯିବୁ ଆର ପାରିରେ ll

ଯାହା ଅର୍ଜୁଛୁ ବାବୁରେ ସବୁ କିଛି ତୁଚ୍ଛରେ

ବେଳ ଥାଉଁ ଧର୍ମ ଅର୍ଜ ସେଇ ଏକା ସତ୍ୟରେ ll 





ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract