STORYMIRROR

Amita Dash

Abstract Tragedy Others

3  

Amita Dash

Abstract Tragedy Others

କାହାଣୀ ଅଧା

କାହାଣୀ ଅଧା

1 min
341


ଆମର କାହାଣୀ ଅଧା ରହିଗଲା

ଆର ଜନମ ରେ ହେବ ଦେଖା

ଡକାଡକି ହୋଇ ଆମେ ଆସିବା

ସମ୍ପର୍କ ଟା ଟିକେ ହେବ ଅଲଗା

ଏ ଜନମ ରେ ମାଁ ବୋଲି ଠକି ଦେଲୁ ସିନା

ଏଥର ମୁଁ ଆସିବି ତୋର ଝିଅ ହୋଇ

ତୁ ହେବୁ ମୋ ବାପା

ଜାଣିବୁ ବାପା,ମାଁ ହୃଦୟ ନୁହେଁ ପଥରରେ ଗଢା

ଏଠି ସବୁ ଲାଗେ ମିଛ ମାୟା

ଜନମ ଧୋକା,ମରଣ ଧୋକା

ଜନମ ମରଣକୁ ନେଇ କାହାଣୀ ଲେଖା

ଲୋଭ,ପ୍ରତାରଣା ମିଛ ମରିଚିକା

ଜାଳି ଦିଏ ଅନ୍ତର ଆତ୍ମା

ସବୁ ଘର କାହାଣୀ ରେ ଏଠି 

ଆମେ ଜଣେ ଜଣେ ନାୟକ ନାୟିକା

ଜୀବନ ବୁଢିଆଣୀ ଜାଲରେ ଛନ୍ଦା

ଅଧାରେ କାହାଣୀ ରହିଲେ ପୁଣି ଆସ ଏ ଧରା

ତୋ,ମୋ ଜୀବନ ରେ

ସବୁ କଥାତ ରହିଗଲା ଅଧା

ପାଠ ପଢା ଅଧା,ଘର ସଂସାର କରିବା

ତୋର ରହିଲା ଅଧା

ଠାକୁର ମାନସିକ ପୂରଣ,କଳସ ଉଠା

ସବୁ ତ ରହିଲା ଅଧା

ମୁଁ ଯନ୍ତ୍ରଣା ରେ ଏ ମନ୍ଦିର ସେ ମନ୍ଦିର

ଘୁରି ବୁଲୁଛି ଧରି ନିଜ ପାପ ଘଡା

ପୋଷିଲା ଭେଣ୍ଡା ପୁଅ ଚାଲିଗଲା

ଦୁଃଖ କାହାରେ ନ ହେଲା

କିଏ କେତେ ପ୍ରକାର କହିଲା

ସାଇଭାଇ ଙ୍କୁ ଭୋଜି ଭାତ ,ଦଶତୁଠ

ଲୁଗା ଦରକାର ପଡିଲା

ପିଲା ବୟସରେ ସଂସାର ଛାଡିବାର

ଦୁଃଖ ଭାର ନେଇ ମୋ ପୁଅ ଗଲା

କେତେ ଦୁଖ ଛାତିରେ ଲଦି ଦେଇକରି ଗଲା

ବ୍ରତ ହେଲା ପୁଅ କହି ଭୋଜି

କେମିତି ନ ଦେବ ସମାଜ ଅଡ଼ି ବସିଲା

ଏ ଜନମ ଦେଲା ମାଁ ତୋ କ୍ରିୟା କରମ

କରିବାକୁ ବହୁତ ଆୟୁଷ ପାଇଥିଲା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract