କାହାଣୀ ଆର ଜନ୍ମର
କାହାଣୀ ଆର ଜନ୍ମର
ନୂଆ କାହାଣୀଟେ ଲେଖିବି ତୋ ପାଇଁ
କେମିତି ଲାଗିବ ଜାଣିନି ତୋତେ
ମୋତେ କିନ୍ତୁ ଭଲ ଲାଗିବ ଭାବୁଛି
ଖୋଲିକି କହିବୁ ଉତ୍ତର ସତେ ।।
ତୋ ମୋ ସମ୍ପର୍କ ସାତ ଜନମର
ଏ କେଉଁ ଜନମ ଚାଲିଛି ସତେ
ଯଦି ଆଉ ଜନ୍ମଥିବଟି ଆମର
ଭାବିଛି ରଖିବି ମୋ ସ୍ଥାନେ ତୋତେ ।।
ତୁ ହେବୁ ବାପା ମୁଁ ହେବି ମାଆ
ନିଜ ଧର୍ମ ପାଳି ସଂସାର ମତେ
ତୁ ବି ଜାଣିବୁ ମୁଁ ବି ଜାଣିବି
ତୋ ମୋ ଭିତରେ ଫରକ କେତେ ।।