କାହା ବାଟ ଚାହିଁ ବସିଛ
କାହା ବାଟ ଚାହିଁ ବସିଛ
କାହା ବାଟ ଚାହିଁ ବସିଛ?
ଏକା ଏକା କାହିଁ ହସୁଛ?
ହସୁ ହସୁ ପୁଣି କାନ୍ଦୁଛ।
ସତ କୁହ
ସତ କୁହ ତୁମେ
କାହା କଥା ବସି ଭାବୁଛ?
ଆରେ ହୃଦୟରେ ଯଦି
ରଖିଅଛ କିଛି?
କହୁନ କାହିଁକି ଖୋଲିକି?
ଏକା ଏକା ସବୁ ସହୁଛ
ସହନ୍ତେନି ଦୁହେଁ ମିଶିକି?
ଅଛି ଯଦି କିଛି
ଚିନ୍ତାର ବିଷୟ
ମୋ ଆଗେ କର ପ୍ରକଟ।
କଥା ମୁଁ ଦେଉଛି
ସାଥିରେ ରହିବି
ସମସ୍ଯା ହେଉ ପଛେ
ଯେତେ ବିରାଟ।
ଯଦି ସମସ୍ଯା ଅଛି
ସମାଧାନ ତାର
ଥିବ ନିଶ୍ଚିତ।
ଏକା ଏକା ତୁମେ
ଲଢିବ କାହିଁକି?
ଧରିନିଅ ମୋର ହାତ।
ତୁମର ଏମିତି
ଅବସ୍ଥା କାହିଁକି?
କିଏ କଲା ତୁମ
ଖୁସିର ହତ୍ଯା?
ସବୁ କର ତୁମେ
ମନା ନାହିଁ କିଛି
କରିବନି କେବେ ଆତ୍ମହତ୍ଯା।