STORYMIRROR

Nalini Subudhi

Classics

4  

Nalini Subudhi

Classics

ଜୟ ଯବାନ ଜୟ କିଷାନ

ଜୟ ଯବାନ ଜୟ କିଷାନ

1 min
275



ଧରିତ୍ରୀ ମାତାର ସୁଯୋଗ୍ୟ ସନ୍ତାନ

ଜଣେ ଯବାନ ଜଣେ କିଷାନ । 

ଜନ୍ମଭୂମି ସେବା ପାଇଁ ସମର୍ପିତ

ସ୍ବଇଚ୍ଛାରେ କରି ଜୀବନ ପଣ । 

ଦେଶର ସୀମାରେ ଜାଗ୍ରତ ପ୍ରହରୀ

ଆଖିରେ ନଥାଏ ଶୟନ ସ୍ବପ୍ନ । 

ନଥାଏ ମନରେ ପୁତ୍ର ଦାରା ଚିନ୍ତା

ବିବାହ ବାର୍ଷିକୀ ପୁତ୍ରର ଜନ୍ମ । 

ବାପାମାଆ ବନ୍ଧୁ ସଖା ସହୋଦର

ଅନାବିଳ ସ୍ନେହ ଭଲପାଇବା  । 

ସବୁ ସମ୍ପର୍କକୁ ପଛରେ ପକାଇ

ଜୀବନକୁ ବାଜି ଲଗାଇ ଦେବା । 

ତାଙ୍କ ପାଇଁ ଆମେ ନିଶ୍ଚିନ୍ତେ ରହୁଛେ 

ଶତୁଭୟ ନାହିଁ ଆମ ମନରେ 

;। 

ଆତ୍ମବଳି ଦେଇ ମାଟି ମା' ପାଇଁ

ଲିପି ବଦ୍ଧ ହେଲା ସ୍ବର୍ଣ୍ଣାକ୍ଷରରେ । 

କିଷାନ ଭାଇଟି ମାଟିସାଥେ ମାଟି

ଖରା ବର୍ଷା ଶୀତ କାକର ଖାଇ। 

ଭୋକିଲା ମୁଖରେ ହସ ଭରିଦିଏ

ତାର ପେଟ ପାଇଁ କା' ଚିନ୍ତା ନାହିଁ । 

ପେଟ ପାଇଁ ଦାନା ଯୋଗାଉଛି ସିଏ

ମହତ କରମେ ସଦା ତତ୍ପର । 

ଛିଡା ବସନରେ କଟେ ତା' ଜୀବନ

ଉପାସେ ଶୁଅନ୍ତି ତା' ପରିବାର । 

ତଥାପି କର୍ମରେ ସଦା ଆଗଭର

ତିଳେ ନଥାଏ ମନେ ଶୋଚନା । 

ଏ' ଦୁଇ ଜଣଙ୍କ ଉଦାରତା ପାଇଁ

ସୁଖରେ ଜୀବନ କଟଇ ସିନା। 



Rate this content
Log in

Similar oriya poem from Classics