STORYMIRROR

Sagar Kumar Parida

Abstract Inspirational

3  

Sagar Kumar Parida

Abstract Inspirational

ଜୟ ଯବାନ ଜୟ କିଷାନ

ଜୟ ଯବାନ ଜୟ କିଷାନ

1 min
190

ମୋ ଦେଶ ବୀର ତେଜି ତା' ପୁର

ମାତୃଭୂମି ସେବାରତ,

ତା'ଠାରୁ ମହାନ ମାନବ ମହୀରେ

ଦେଖୁନାହିଁ ମୋର ନେତ୍ର।।

ଶତ୍ରୁ ଶହ ଲଢ଼ି ଦେଶ ରକ୍ଷା ପାଇଁ

ଦିଏ ନିଜ ପ୍ରାଣବଳୀ,

ଶତ୍ରୁ ସୈନ୍ୟପ୍ରାଣ ଜଳନ୍ତା ଦୀପକୁ

ପାରେ ନିର୍ବାପିତ କରି।।

ବନ୍ୟା ବାତ୍ୟା ପ୍ରାକୃତିକ ଦୁର୍ବିପାକେ

ସାଜିଥାଏ ଦେବଦୂତ,

ଲକ୍ଷ ଲକ୍ଷ ହୃଦେ ସାହସ ସଂଞ୍ଚାରୀ

କରେ ପ୍ରାଣ ପୁଲକିତ।।

ସୈନିକ ଭାଇର ପ୍ରାଣ ସର୍ମପିତ

କାଳେ କାଳେ ଦେଶ ହିତେ,

ବଣ ଜଙ୍ଗଲବା ଗିରି ହିମାଳୟେ

ଜୀବନ ତାହାର ବିତେ।।

ମୋ ଦେଶ କୃଷକ ପରିଶ୍ରମେ ରତ

ସକାଳରୁ ସଞ୍ଜ କ୍ଷେତେ,

ପରିଶ୍ରମେ ତା'ର ଟାଙ୍ଗାର ଭୁଇଁରେ

ଶସ୍ୟ ହସେ ନାନା ମତେ।।

ଆମରି କୃଷକ ଭାଇ ଭରି ଦିଏ

ଲୋକମୁଖେ ସୁଖେ ଦାନା,

ଦେଶ ପ୍ରଗତିରେ ତା' କର୍ମ ମହତ

କେହି ତ ଭୁଲି ପାରେନା।।

ନିଜ ପିଲା ତାର ଆହାର କଷଣେ

ଭୋକେ ଯାଇଥାଏ ନିଦ,

ସହି ରଣଭାର ଅସହ୍ୟ ଯନ୍ତ୍ରଣା

ମରଣ ଖୋଜେ ତା' ହୃଦ।।

ତଥାପିତ ଶ୍ରମ ତା ପାଇଁ ଦେବତା 

ଖୋଜେ ତାକୁ ଆମରଣ,

ଧନ୍ୟ ସେ କୃଷକ ଭାଇ ତାହାପରି

ହେବ କିଏ ମହୀୟାନ।।

କୃଷକ ସୈନିକ ବିନା ଚଳିବନି

ପ୍ରଗତିର ନନ୍ଦିଘୋଷ,

ଜୟ ଯବାନ ଜୟ କିଷାନ

ବିଶ୍ୱ ଘୋଷୁ ତଵ ଯଶ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract