Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Alhadini Panigrahi dash Panigrahi dash

Classics

4  

Alhadini Panigrahi dash Panigrahi dash

Classics

ଜୟ ମାଆ ଚନ୍ଦ୍ର ଘଣ୍ଟା

ଜୟ ମାଆ ଚନ୍ଦ୍ର ଘଣ୍ଟା

1 min
237



ଘଣ୍ଟା ପରି ଚନ୍ଦ୍ର ଧାରଣ ର ହେତୁ

  ନାଆଁ ତୋର ଚନ୍ଦ୍ର ଘଣ୍ଟା

ଅସ୍ତ୍ର ଶସ୍ତ୍ର ସହ କମଳ, କମଣ୍ଡଳୁ

   ଦଶ ଭୂଜେ ସୁଶୋଭିତା ।


ବ୍ୟାଘ୍ର ବାହନ ରେ ବିଜେ କରି ମାଆ

  ସନ୍ତାନେ ଦର୍ଶନ ଦେଉ

ମହା ନବ ରାତ୍ର ତୃତୀୟ ଦିବସେ

  ତୁହି ମାତ ପୂଜା ପାଉ ।


ତୋତେ ଆରାଧନା ଯେହୁ କରେ ମାଆ

   ବିଜୟ ଶ୍ରୀ ପ୍ରାପ୍ତ ହୁଏ

ବୀରତ୍ବ ର ପରାକାଷ୍ଠା ସେ ଦେଖାଇ

   କ୍ଷମତା ,ମର୍ଯ୍ୟାଦା ଲଭେ ।


ତୃତୀୟ ନୟନ ଖୋଲି ଦେଇ ମାତ

  କୃପାବାରୀ ସିଂଚି ଦେଉ

ସର୍ବଦା ଆତ୍ମା କୁ ଜାଗ୍ରତ କରିବାକୁ

  ଭକ୍ତ ଗଣେ ଶିକ୍ଷା ଦେଉ ।


ସେ କୃପା ବାରୀ ରୁ କିଛି ଟୋପା ମାତ୍ର

  ମାଗୁଅଛି ମାତ ମୁହିଁ

ତୋର କୃପା ବିନା ଏ ସାରା ଜଗତ

  ତିଷ୍ଠି କି ପାରିବ କାହିଁ ।।


Rate this content
Log in

Similar oriya poem from Classics