ଜୟ ମା'ସରସ୍ବତୀ
ଜୟ ମା'ସରସ୍ବତୀ
ଆହେ ବୀଣାପାଣି ମରାଳ ବାହିନୀ
ଆସ ମାଆ ସରସ୍ବତୀ,
ବିଦ୍ୟା ବୁଦ୍ଧି ଜ୍ଞାନ ପ୍ରଦାୟିନୀ ମାଆ
ମନେ ଭରିଦିଅ ଭକ୍ତି
ମନେ ଭରିଦିଅ ଭକ୍ତି ।
ବିଶ୍ୱ ଜ୍ଞାନ ରାଣୀ ଅଭୟ ଦାୟିନୀ
ମାଗୋ ମାଆ ସରସ୍ବତୀ,
ଶୁଭ ଶ୍ରୀ ପଞ୍ଚମୀ ପାବନ ମୁହୂର୍ତ୍ତେ
ବିନମ୍ରେ ଢାଳେ ପ୍ରଣତି
ବିନମ୍ରେ ଢାଳେ ପ୍ରଣତି ।
ମୋ କଣ୍ଠରେ ବସି କର ଲୀଳା ଖେଳା
ଦିବ୍ୟ ଜ୍ଞାନ ଦିଅ ଭରି,
ମଧୁମୟ ହାସ୍ୟେ ଜ୍ଞାନର ଭଣ୍ଡାର
ପ୍ରଜ୍ବଳିତ ଦିଅ କରି
ପ୍ରଜ୍ବଳିତ ଦିଅ କରି ।
ଅଜ୍ଞାନ ତିମିର କରି ଦେବୁ ଦୂର
ଜୟ ମାଆ ଜ୍ଞାନ ମୟୀ,
ଜୟ ବୀଣାପାଣି ଜୟ ମା 'କଲ୍ୟାଣୀ
ଜୟ ମାଆ ଦୟାମୟୀ
ଜୟ ମାଆ ଦୟାମୟୀ ।
ସର୍ଵ
ଗୁଣ ସମ୍ପନ୍ନ ମାତା ବାଗ୍ଦେବୀ
ପୂଣ୍ୟ ମୟୀ ଦିବ୍ୟ ମୂର୍ତ୍ତି,
ମୂର୍ଖ କାଳିଦାସ ତୋତେ ସେବାକରି
ରଖି ଗଲେ ଯଶ କିର୍ତ୍ତୀ
ରଖି ଗଲେ ଯଶ କିର୍ତ୍ତୀ ।
ଏତେ ଦୟାକଲୁ ସେ କାଳିଦାସଙ୍କୁ
ମୂର୍ଖରୁ ହୋଇଲେ କବି,
ମାଆ ସରସ୍ବତୀ ଦୟାତୁ କରିବୁ
ତୋର ଦାସ ମୁହିଁ ହେବି
ତୋର ଦାସ ମୁହିଁ ହେବି ।
ଚରଣରେ ତୁମ ଶରଣ ପଶୁଛି
ଘେନ ବାରେ ମୋର ଭକ୍ତି,
ଜାଣେନାହିଁ ତୁମ ମନ୍ତ୍ର ଅବା ସ୍ତୋତ୍ର
ରଖିଛି ମନରେ ଭକ୍ତି
ରଖିଛି ମନରେ ଭକ୍ତି ।
ଆହେ ବୀଣାପାଣି ମରାଳ ବାହିନୀ
ଆସ ମାଆ ସରସ୍ବତୀ,
ବିଦ୍ୟା ବୁଦ୍ଧି ଜ୍ଞାନ ପ୍ରଦାୟିନୀ ମାଆ
ମନେ ଭରିଦିଅ ଭକ୍ତି
ମନେ ଭରିଦିଅ ଭକ୍ତି ।