ଜୟ ଜଗନ୍ନାଥ ଭାଗ --- ୯
ଜୟ ଜଗନ୍ନାଥ ଭାଗ --- ୯
ତମରି ଇଛାରେ ସଂସାର ଚାଲୁଛି ପ୍ରକୃତି ପସରା ମେଲି
ତମେ ନ ଚାହିଁଲେ ପବନ ଥମିବ ପତ୍ର ପାରିବନି ହଲି ।
ତମରି ଇଛାରେ ସୃଷ୍ଟି ଆତଜାତ ଗଗନେ ମେଘ ମହ୍ଲାର
ତମେ ନ ଚାହିଁଲେ ଅଚଳ ହୋଇବ ସୃଷ୍ଟି ହେବ ଥରହର ।
ତମରି ଇଛାରେ ବିଶ୍ଵ ଆଲୋକିତ ଆନନ୍ଦ ସାରା ସଂସାର
ତମେ ନ ଚାହିଁଲେ ସୂର୍ଯ୍ୟ ଲୁଚିବ ଗୋଟିଏ ଘୋର ଅନ୍ଧାର ।
ତମରି ଇଛାରେ ଗଭୀର ସାଗର ଭୟାବହ ମେଘମାଳ
ତମେ ନ ଚାହିଁଲେ ସୀମା ଲଘିଂ ପୁଣି ଘାଣ୍ଟିବ ମହାପ୍ରଳୟ ।
ତମରି ଇଛାରେ ପାପି ପାଏ ଦଣ୍ଡ ଭ୍ରଷ୍ଟ ହୁଏ ଗର୍ବି ନର
ତମେ ନ ଚାହିଁଲେ ଅସମ୍ଭାଳ ହେବ ଧରାପରେ ପାପୀ ଭାର ।
