STORYMIRROR

Anuja Behera

Abstract Inspirational

4  

Anuja Behera

Abstract Inspirational

ଜୟ ଜଗନ୍ନାଥ ଭାଗ ----- ୬

ଜୟ ଜଗନ୍ନାଥ ଭାଗ ----- ୬

1 min
257


କି ବର୍ଣ୍ଣିବି ତମ କରୁଣା ଗାରିମା ତୁମେ ଦୟାମୟ ସିନ୍ଧୁ

ଛାମୁ ପରେ ତବ ଭକତିର ଭାବ ତୁମେ ଅଭାବିର ବନ୍ଧୁ ।


ଦ୍ବାପର ଯୁଗରେ କି ମାୟା ରଚିଲ କୁରୁକ୍ଷେତ୍ର ସୃଷ୍ଟି କଲ

ସ୍ବଧନା ଅର୍ଜୁନ ଯୁଦ୍ଧେ ମାୟା କରି ସ୍ବଧନା କୁ ହତ୍ୟା କଲ ।


ତୁମରି ଆଜ୍ଞାରେ ସୁଦର୍ଶନ ଚକ୍ର ହୁଙ୍କାର କରି ସବଦ

ଇନ୍ଦୁମତୀ ପତି ସ୍ବଧନା ବିରର ହସ୍ତ ପାଦ କଲା ଛେଦ ।


ସତୀ ଅଭିଶାପେ ତେଣୁ କରି ଭବେ ନାହିଁ ତୋର ହସ୍ତ ପାଦ

ପଙ୍ଗୁ କଳଙ୍କ ନିନ୍ଦାଟି ବହିଲ ଅଧାଗଢ଼ା ଜଗନ୍ନାଥ ।


ଅଧାଗଢ଼ା ହୋଇ ଜଗତ ପାଳୁଛ ହୋଇ ଭକତ ବତ୍ସଳ

ମାୟାଧର ହୋଇ କି ମାୟା ରଚୁଛ ମାୟା ସତେ କି ତୋ ଖେଳ ।



Rate this content
Log in

Similar oriya poem from Abstract