ଜୟ ଜଗନ୍ନାଥ (ଭାଗ -- ୫)
ଜୟ ଜଗନ୍ନାଥ (ଭାଗ -- ୫)
କେଉଁ କଲା କର୍ମେ ମୃତ୍ୟୁ ଦେହ ଧାମେ
ରହିଲ ଅଛୁଆଁ ହୋଇ
କେଉଁ ଅଭିଶାପେ ଅର୍ଧ ଦଗ୍ଧ ହେଲ
କେଉଁ ଦୋଷାଦୋଷ ପାଇଁ ।
ତୋର ଲୀଳା ଖେଳ ସରିବାର ବେଳ
ଦାରୁ ବ୍ରହ୍ମେ ଲୀନ ହେଲ
କାଷ୍ଠ ଖଣ୍ଡ ପରେ ସୟଂକୁ ସମର୍ପି
ପୁରୀ ତଟେ ଉଭା ହେଲ ।
ତୋ ପତିତ ନେତ ରଖିଛି ମହତ
ଶଙ୍ଖ ଚକ୍ର ବାଛି ନେଲ
କି ଦୋଷ ଥିଲା କେ କୋପ କଲା
ଅଧାଗଢ଼ା ମୂର୍ତ୍ତି ହେଲ ।
କଳାରେ ନିପୁଣ କଳିଯୁଗ ପାଇଁ
କାଳିଆ ଠାକୁର ହେଲ
କଳା କାହ୍ନୁ ପୁଣି କାଳିଆ ସାଆନ୍ତ
କେବେ ଚକାଡୋଳା ହେଲ ।
ହେ ଜଗତ ନାଥ ଦରିଦ୍ର ସଗାଂତ
ତୁମେ ହିଁ ଗପ ରଚିଲ
ଭେଦଭାବ ଲାଗି ନିଜେ ଦଣ୍ଡ ଭୋଗି
ନିଜେ ଦରିଦ୍ର ସାଜିଲ ।
ତୋର ସୃଷ୍ଟି ଘରେ ତୋ ଦାଣ୍ଡ ଦୁଆରେ
ଦରିଦ୍ର ଭୋଗେ ଅଭାବ
ତୁ ନାଥ କେମିତି ବସି ଖାଉଅଛୁ
ଷାଠିଏ ପଉଟି ଭୋଗ ।
ତୁ ମାୟା ରସିକ ଅନେକ ତୋ ରୂପ
ଅଲୌକିକ ତୋର ଲୀଳା
ସୟଂ ପାପ କରି ବିଧି ଦଣ୍ଡ ବହି
ଭକ୍ତ ଲାଗି ପ୍ରଭୁ ବୋଳା ।।