ଜୟ ଜଗନ୍ନାଥ ଭାଗ - ୧୧
ଜୟ ଜଗନ୍ନାଥ ଭାଗ - ୧୧
ତୁମେ ଅକ୍ଷୟ ତୁମେ ଅଜୟ
ତୁମ ନାମ ସଂସାରରେ ଶୁଭେ ଜୟ ଜୟ
ଏଣୁ ତ ତୁମେ ଅଛ ବୋଲି
ସାରା ସଂସାର ଆଜି ଲାଗେ ଅମୃତ ମୟ
ତବ ଦୟାର ଅନ୍ତରାଳେ
ଭବ ସଂସାର ଆଜି ବିଚିତ୍ରମୟ
ତୁମେ ବୈଭବ ତୁମେ ସମ୍ଭବ
ସ୍ଥିତ ସଦା ତୁମଠାରେ ଦୟା ପ୍ରେମ ଭାବ
ତୁମେ ଅପ୍ରମେୟ , ଅବିନାଶି , ଓମ୍ କାର ଅଚ୍ୟୁତ
ତବ ସୃଷ୍ଟି ରେ ମୁଁ ଛାର କଣିକାଟିଏ
ତବ ଲାଗି ଦିବାନିଶି ଅଥୟ ମୋ ଚିତ୍ତ
ତମେ ଅନ୍ତର୍ଯ୍ୟାମୀ ତମେ ଅଲେଖ
ତୋ ଛାମୁରେ ସମର୍ପିତ ମୋ ମନ ବିବେକ
ତୁମେ ପୁଣି ଅଗମ୍ୟ ଅଣାକାରେ ସ୍ଥିତ ସର୍ବ ବ୍ୟାପ୍ତ
ତୋ କରୁଣା ବରଷିଲେ ଜୀବ
ମୋକ୍ଷ ହୋଇବ ପ୍ରାପତ
ତୁମେ ନିରାକାର ତୁମେ ନିରଞ୍ଜନ
ଆକାର କାରଣ ଖାଲି ଜଗତ କଲ୍ୟାଣ
ତୁମେ ତ ପରଂବ୍ରହ୍ମ ପରାତ୍ପର ଶ୍ରୀପୁରୁଷୋତ୍ତମ
ତବ ଅବତରଣ ରେ ଧନ୍ୟ ଏ ଜଗତ
ମୁକ୍ତି ମହିଧାମ
ଅନାଥର ନାଥ ତୁମେ ଅରକ୍ଷ ରକ୍ଷଣ
ତୁମେ ପୁଣି ପୃଥିବୀର ସୃଷ୍ଟି ର କାରଣ
ମୁଁ ପାପର ଆର୍ତୀଟିଏ କରେ ନିବେଦନ
ମୋକ୍ଷ ପାଇଁ ଛଟପଟ
ଜଡପରେ ଜର୍ଜରିତ ଏ ପାପୀ ଜୀବନ
ତୁମେ ନିର୍ଲୁପ୍ତ ତୁମେ ନିର୍ଗୁଣ
ଗୁଣଧାରୀ ଗୁଣାକାର ଦେଇଛ ପ୍ରମାଣ
ଏକା ତବ ଦରଶନ ମୁକ୍ତିର କାରଣ
ଏଥିପାଇଁ ବ୍ୟାକୁଳିତ ହୁଏ ତନୁ ମନ
ଆକୁଳେ ଏ ଭକ୍ତଟିଏ କରେ ନିବେଦନ
ପୂର୍ଣ୍ଣକର ନିବେଦନ ରଖ ଯଶମାନ ।
