STORYMIRROR

LALITA MOHAN DASH

Abstract Children Stories Inspirational

4  

LALITA MOHAN DASH

Abstract Children Stories Inspirational

ଜୟ ଭାରତମାତାର ଜୟ

ଜୟ ଭାରତମାତାର ଜୟ

1 min
309



ଜୟ ଜନ୍ମଭୂମି ଜୟ କର୍ମଭୂମି

ଜୟ ମୋ'ଭାରତବର୍ଷ ,

ଯୁଗ ଯୁଗ ଧରି ଗଙ୍ଗା ଯମୁନା

ଗାଇ ଯାଏ ଯା'ର ଯଶ ।

ମସ୍ତକ ମୁକୁଟ ପୁଣ୍ୟ ହିମାଳୟ

ଗଙ୍ଗା ଯା'ର କଣ୍ଠ ହାର ,

ବିନ୍ଧ୍ୟ ଗିରିମାଳା କଟି ର ମେଖଳା

ସାଗର ଧୁଏ ପୟର ।

ହିମାଳୟ ଠାରୁ କୁମାରିକା ଯାଏଁ

ଆମେ ସବୁ ଭାରତୀୟ ,

ତୋ'ସନ୍ତାନଗଣ ଦେଇ ବଳିଦାନ

ଘଟାଏ ଯେ ଅଭ୍ୟୁଦୟ ।

ସୁଜଳା ସୁଫଳା ଶସ୍ଯ ଶ୍ୟାମଳା

ସୁଷମା ଭରା ଏ ଦେଶ ,

ଜ୍ଞାନ କଳା ବିଭାମୟୀ ସ୍ୱର୍ଣ୍ଣପ୍ରସୂ

ରହିଛି ଯା'ର ସୁଯଶ ।

ବୀର ପ୍ରସବିନୀ ସନ୍ତାନ ବତ୍ସଳା

ମମତାମୟୀ ତୁ ମାଆ ,

ମହାନ ସଂସ୍କୃତି ଐତିହ୍ୟ କୁ ନେଇ

ଅଟୁ ଚିର ବନ୍ଦନୀୟା ।

ସତ୍ୟ ଅହିଂସା ଧରମେ ଯାହାର

ଧ୍ବଜା ଉଡ଼େ ଫରଫର ,

ଯା'ପ୍ରକୃତି ଶୋଭା ଅ

ଟେ ମନ ଲୋଭା

କାହିଁ ତା'ର ପଟାନ୍ତର !

ବିବିଧତା ମଧ୍ୟେ ରହିଛି ଏକତା

ଏହି ଆମ ମହାନତା ,

ଶାନ୍ତି ମୈତ୍ରୀ ତ୍ୟାଗ ଶୋର୍ଯ୍ୟ ବୀର୍ଯ୍ୟରେ

ଅଟେ ମହିମାମଣ୍ଡିତା ।

ଯା'ସନ୍ତାନଗଣ ଦେଶପ୍ରେମୀ ପ୍ରାଣ

ସେବାରେ ସଦା ଉତ୍ସର୍ଗ ,

ଜନ୍ମଭୂମି ପାଇଁ ପ୍ରତି ରକ୍ତ ବିନ୍ଦୁ

ଅଟଇ କେତେ ମହାର୍ଘ ।

ଜ୍ଞାନ ବିଜ୍ଞାନର ପ୍ରଯୁକ୍ତି ବିଦ୍ୟାରେ

ଦେଶ ଆଜି ଅଗ୍ରସର ,

ସ୍ବପ୍ନର ଭାରତ 'ଶ୍ରେଷ୍ଠ ଭାରତ'

ଏହି ଆମ ଅଙ୍ଗୀକାର ।

ଦେଶର ସମୃଦ୍ଧି ଗୌରବ ନିମନ୍ତେ

ବୃଦ୍ଧି ହେଉ ଦେଶ ପ୍ରେମ ,

ଯା'ର ସାମଗ୍ରିକ ବିକାଶ ନିମନ୍ତେ

ସାର୍ଥକ ହେଉ ଜନମ ।

ଜାତୀୟ ସଂହତି ଭକ୍ତି ସମ୍ମାନରେ

ଦେଶ ହେଉ ଶକ୍ତିଶାଳୀ ,

ଦେଶ ମାତୃକାର ମହତ ସେବାରେ

ଦେବା ଆମେ ଆତ୍ମବଳି ।



Rate this content
Log in

Similar oriya poem from Abstract