ଜୁଆର (୧)
ଜୁଆର (୧)
ଆଜି ମୁଁ ଭାବୁଛି
ବସନ୍ତର ପତ୍ର ଝଡ଼ା ଋତୁରେ
ମୁଁ ଖୋଜି ବୁଲୁଥିଲି
ରକ୍ତ କରବି ଓ କୃଷ୍ଣଚୂଡ଼ାର ଛିନ୍ନ ସ୍ତବକ
ଯାହାକୁ ନେଇ ମୁଁ ଲଂଘିଥାନ୍ତି ଅବ୍ୟବସ୍ଥାର ଉନ୍ଧୁଗ ମହେନ୍ଦ୍ର
ଓ ପାରି ହୋଇଥାନ୍ତି
ଦୁର୍ଭାଗ୍ୟର ଏକ ଚିରସ୍ରୋତା ଗିରିଝର
ଯାହା ଥିଲା ମୋର ଧେୟ ଓ କାଟ୍ୟ
ସେଇ ସରଳ ପାର୍ବତ୍ୟ ନଦୀର
ସାବଲୀଳ ବହମାନ ଜଳରାଶିରେ
ମୁଁ ପରିତ୍ୟକ୍ତି ଥାନ୍ତି
ଜୀବନଯାକର ପୁଂଜୀଭୂତ ଅସନ୍ତୋଷ
ଓ ଅବଶେଷର କାଗଜ ଡଙ୍ଗା
ସେହି ପାହାଡ଼ିଆ ନଈର ଦୁଇ କୂଳେ ଥିବା
ଥୁଣ୍ଟା ଗଛ ଛାଇରେ
ମୁଁ ଖୋଜିଥାନ୍ତି ନିଆଁର ଦର୍ପଣରେ ମୋର ଜ୍ଵଳନ୍ତ ମୃତ୍ୟୁକୁ
ଯାହା ମୋର ଆଜୀବନ ସାଧନାର
ଯାହା ନୀଳ ଜହ୍ନ ଓ ମଲାକଇଁର କରୁଣ ରାଗିଣାରେ
ରସସିକ୍ତ କରେ ସେହି ନିଘଞ୍ଚ ବନାନୀ ଓ ପାର୍ବତ୍ୟ
ଉପତ୍ୟତାକୁ
ଯାହାର ଲାଲ ଗହୀରର ଇତିକଥାରେ
ଲିପିବଦ୍ଧ ହୋଇ
ରହିଛି
ଅସଂଖ୍ୟ ଇଦିପସ୍, ସିସିଫସ୍ ଓ
ନାର୍ସସମାନଙ୍କର କରୁଣ ଆଲେଖ୍ୟା
ଯାହା ଜଗତ କଲ୍ୟାଣର ମହନୀୟ ଅଭିପ୍ରାୟରେ ଆମଞ୍ଚିଛି
ଅସଂଖ୍ୟ ପଥକକୁ ତପୋବନର ନିର୍ମଳ ପ୍ରଶାନ୍ତିରେ
ଆତ୍ମବିସ୍ମୃତ ହୋଇ ସାଜିବାକୁ ଧ୍ରୁବ, ଆରୁଶି ଓ ନଚିକେତା
