STORYMIRROR

Gouri Panda

Classics

3  

Gouri Panda

Classics

ଜଟିଳ ଅଙ୍କ

ଜଟିଳ ଅଙ୍କ

1 min
26


ଜୀବନ ଟା ଏକ 

ଜଟିଳ ଅଙ୍କ। 

ସେ ଅଙ୍କର ହିସାବ ନାହିଁ। 

ନଅ ମାସ, ନଅ ଦିନ

ରହିଲୁ ଗର୍ଭରେ। 

ପାଞ୍ଚ ଦିନ ପଞ୍ଚୁଆତି ରେ। 

ଛଅ ଦିନେ ହେଲା

 ଷଠି ଘର ପୂଜା

ଏଗାରେ ଛୁତ୍ରିକା ଗଲା। 

ଏକୋଇଶି ଦିନେ 

ନୂଆ ଲୁଗା ପିନ୍ଧି

ବ୍ୟସ୍ତ ନାମ ୟଜ୍ଞ ରେ। 

ଆହୁରି ଜଟିଳ

ଜୀବନ ର ଅଙ୍କ

ସାଥେ, ସାଥେ ରହିଥାଏ। 

ଠିକ୍ ସମୟରେ

ପାଠ ପଢା ପାଇଁ 

ନାମ ଲେଖା ହୋଇଥାଏ। 

କିଶୋର କାଳରେ

ଚପଳତା ଆସେ

କଥା ବୁଝେନା କାହାର। 

ଯୌବନ କାଳରେ

ଯୁବତୀ ପ୍ରେମରେ

ବୋହିଯାଏ ପ୍ରେମ ଧାରେ। 

ବୟସ୍କ ଜୀବନ

ଘର କରଣାରେ

ବତେ ଦୁଃଖ ସୁଖ ନେଇ। 

ଷାଠିଏ ଡେଇଁଲେ

କେତେ ଭିନ୍ନ ରୋଗ

ଘର କରିଯାଏ ଭାଇ। 

ଜୀବନ ର ଅଙ୍ଗ 

କେତେ ଯେ ଜଟିଳ

ବୁଢା କାଳେ ଜାଣିଥାଇ।

ଯାହାର ଆଶାରେ

ଜୀବନ ବାତଇ

ନିରାଶା ସେ କରିଥାଇ।

ଜୀବନ ଅଙ୍ଗ ର

ଶେଷ ପାହଚରେ

ଏକା ହୋଇ ଯିବା ରହି। 

ପହଞ୍ଚିବ ଯେବେ

ମୃତ୍ୟୁର ଆଦେଶ

ଅଙ୍ଗ ଯିବ ଶେଷ ହୋଇ। 

ଶେଷ ଜୀବନ ରେ

ଶ୍ମଶାନ ଘାଟରେ

ଶୁଦ୍ଧ କ୍ରିୟା ହେଲାପରେ। 

ଜୀବନ ର ଅଙ୍ଗ 

ଜଟିଳ ହେଲେ ବି

ଗଣନ ଟା ହୁଏ ଶେଷ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics