STORYMIRROR

Sambit Srikumar

Abstract Classics Inspirational

3  

Sambit Srikumar

Abstract Classics Inspirational

ଜଠର ଜ୍ୱାଳା

ଜଠର ଜ୍ୱାଳା

1 min
191

ଜଠର ଜ୍ୱାଳାରେ ଜଳୁଛି ଜୀବନ

ପ୍ରେମରେ ନାହିଁ ମୋ ମନ

ଅନ୍ନ ମୁଠାଏ ଦିଅଗୋ ସଜନୀ

ଏଇ ପିଣ୍ଡରେ ପଶିବ ପ୍ରାଣ ।


ବଡ଼ ଦାରୁଣ ଏଇ ଜଠରର ଜ୍ବାଳା

ମାନେ ନାହିଁ ବାଡବତା

ଅନ୍ନ ମୁଠାଏ ଯୋଗାଡିବା ପାଇଁ

ହରାଇଛି ଆପଣାର ସତ୍ତା।


ହର୍ଷିତ ମନେ ସ୍ଵହସ୍ତରେ ତୁମ୍ଭେ

ଯେବେ ଦେବ ବାଢି ମୁଠେ ଅନ୍ନ

ଶତ ସହସ୍ର ଜନ୍ମର ସୁଶୁପ୍ତିରୁ

ଜାଗି ଲଭିବି ମୁହିଁ ନବ ଯୌବନ ।


ତୁମ ପାଇଁ ଲେଖିବି ମୁହିଁ ପ୍ରେମ କବିତା

ଜଡ଼ାଇ ପୀରତି ରସ

ନିଗାଡ଼ି ହୃଦୟରୁ ଭାବୋଛ୍ବାସ ଚହଟିବ

ଚତୁର୍ଦ୍ଦିଗେ ତା'ର ବାସ।


ସେଇ ପ୍ରେମ କବିତାର ରସରେ ହୋଇବ

ପ୍ଲାବିତ ଏଇ ଜଗତ

ମୁକ୍ତ କଣ୍ଠେ ମୁହିଁ ଗାଉଥିବି

ତୁମ୍ଭ ବଦାନ୍ୟତାର ମଧୁର ସଙ୍ଗୀତ ।


ମରୁଭୂମିରେ ଅଙ୍କୁରିତ ହେବ ବୀଜ

ଫୁଟିବ ଶତଦଳ ନୀଳ କଇଁ

ଶୁଷ୍କ ତରୁବରେ ପଲ୍ଲବିତ ହେବ

ନବ ପଲ୍ଲବ କେବଳ ତୁମରି ପାଇଁ।


ଚାତକ ପରାୟ ଚାହିଁ ରହିଅଛି

ତୁମ୍ଭର ସେଇ ଅନନ୍ଯ ପ୍ରୀତି ଦାନେ

ନିଷ୍ଫଳ ନହେବ ପ୍ରତୀକ୍ଷା ମୋହର

ଆକାଂକ୍ଷା ରହିଛି ମୋର ମନେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract