STORYMIRROR

subrat kumar jena

Abstract

2  

subrat kumar jena

Abstract

ଜରି ଗୋଟାଳି

ଜରି ଗୋଟାଳି

1 min
125


ରାସ୍ତା କଡ଼ ହେଉ କି ନାଳ ନର୍ଦମାର ଅଳିଆ,

ଏମିତି ସେ ଘୁରି ବୁଲୁଥାଏ ଦିନ ତମାମ,

ପିଠିରେ ଗୋଟେ ଆଳିଆର ମୁଣା ଧରି,

ଇଚ୍ଛାକରିବି ସେ ପିନ୍ଧି ପାରେନି ସେ,

ଇସ୍ତ୍ରୀ ଦିଆ ମଖମାଲି ନୂଆ ପୋଷାକ ଖଣ୍ଡେ,

କେବେ ଇସ୍ତ୍ରୀ ପୋଷାକ ଉପରେ ଚିଂଛି ପାରିନି ସୁବାସିତ ଅତର,

ନିଜକୁ ନିଜେ ସେ ତୁଳନା କରେ ସଭ୍ୟ ମଣିଷଙ୍କ ପାଖରେ,

ଦାମୀ ପୋଷାକ କିମ୍ବା ସୁବାସିତ ଅତର ,

କଣ ଲୁଚାଇ ପାରିବ ତାର ପରିଚୟକୁ?

ଯାହା ତାକୁ ବିନା ସ୍ୱାର୍ଥରେ ଦେଇଛି ଏ ସଭ୍ୟ ସମାଜ,

ଗୋଟେ ଜରି ଗୋଟାଳିର !


ତାର ବି ବେଳେ ବେଳେ ଇଛା ହୁଏ ,

କୋଉ ଧନୀ ଘରର ଛୁଆ ତା ବାପା ମାଙ୍କ ସଂଗେ କୁସ୍ତି କଲା ବେଳେ,

ତାର ବି ଇଛା ହୁଏ,

କେହି ତାକୁ କିଣି ଆଣି ଦିଅନ୍ତାନି "ସୁନୁପାମ୍ପୁଡି"?

କେହି ତାକୁ ବୁଲାଇ ନିଅନ୍ତାନି ମେଳା ଦେଖାଇବାକୁ ?

ତା ହାତରେ ବହି ସିଲଟ ଖଣ୍ଡେ ଧରାଇ ଦେଇ କୁହାନ୍ତା?

ଆଜିଠାରୁ ଏ କାମ ସବୁ ତୋର ବନ୍ଦ!

କେବଳ ଆଜିଠାରୁ ଗୋଟିଏ କାମ "ପାଠ ପଢା" ।


ନାଁ ଚାହିଁ ବି ସେ ଦେଖି ପାରେନି ଏ ଦିବା ସ୍ବପ୍ନ,

ସେ ଯଦି ଜରି ନ ଗୋଠାଇବ,

ତାର ରୋଗୀଣା ମାର ସେବା କେମିତି ହେବ!

ମାର ଔଷଧ ଲାଗି ପଇସା କେଉଁଠୁ ଆସିବ?

ଏମିତି ଭାବି ଭାବି ଝରିପଡ଼େ କେତେ ଯେ ଲୁହର ଧାର,

ତଥାପି କେହି ଆସନ୍ତିନି ପୋଛିବାକୁ ସେ ଲୁହକୁ,

ସେ ଲୁହ ଆଜି ତାର ଏକାନ୍ତ ଚିର ସହଚର,

ଏ ପ୍ରଗତିଶୀଳ ଦୁନିଆର ଆଖିରେ ଆଙ୍ଗୁଳି ଗେଂଜି ଗେଂଜି ।


ଏଠି ଅନେକ ସରକାରୀ ଯୋଜନା ଚାଲେ,

ହେଲେ ଏସବୁ ତାହା ଲାଗି ସାତ ସପନ,

ତଥାପି ହାର ମାନିନି ନିଜ ଭାଗ୍ୟ ପାଖରେ,

ଆଜିବି ସେ ଚେଷ୍ଟା କରେ ନିଜ ସିଙ୍ଗରେ ମାଟି ତାଡିବାକୁ ,

ନିଜ ଭାଗ୍ୟରେଖାକୁ ଆଉ ଥରେ ନୂଆ କରି ଲେଖିବାକୁ,

ଦେଖାଇଦେବାକୁ ନିଜକୁ ଜଣେ ଆଦର୍ଶ ଭାବରେ ।।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract