Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

PUSPALATA SAHOO

Children

2  

PUSPALATA SAHOO

Children

ଜରି ଗୋଟାଳି

ଜରି ଗୋଟାଳି

1 min
100


ପାଠ ରେ ମୋର ବନ୍ଧା ହେଇଛି ଡୋରି 

ସାତ ସପନ ମୋ ପାଇଁ ଦୁନିଆର 

ସବୁ ସୁଖ ଆଉ ସ୍ଵାଚ୍ଛନ୍ଦ୍ୟ 

କହିବି କାହାକୁ ମୋର ମନ କଥା 

ସତେ ବା ବୁଝିବ କିଏ 

ପିଲାଟି ଦିନରୁ ଅନାଥ ମୁଁ 

ବାପା ମାଆ ମୁହଁ ଦେଖି ନାହିଁ 

ଜନମ ହେଲା ଦିନୁ 

ବାର ଦୁଆର ଶୁଣ୍ଡି ପିଣ୍ଢା ପରି 

ଜୀବନ ମୋର କଟୁଛି 

ବେଳାଏ ଖାଇଲେ ବେଳାଏ ଉପାସ 

ପର ଘର ବାରଣ୍ଡା, ଦୋକାନ ଚାଳ 

ଆସରା ରାତିକ ପାଇଁ 

ସକାଳ ହେଲେ ପୁଣି କାନ୍ଧ ରେ 

ପକାଇ ଛିଣ୍ଡା ଅଖା, ବୋକଚା 

ବାହାରି ଯାଏ ମୋର କର୍ମରେ 

ଜରି ଗୋଟାଳି ମୁଁ 

ପରିବେଶରେ ଥିବା ଜରି, ପଲିଥିନ 

ସଫା କରି ସମସ୍ତଙ୍କୁ 

ମୃତ୍ୟୁ ମୁଖରୁ ରକ୍ଷା କରିବାର 

ଛୋଟିଆ ପ୍ରୟାସ ମୋର

କାହାକୁ ଦେଖା ନ ଯାଏ 

କର୍ମୀ ମୁଁ କର୍ମ ରେ ବିଶ୍ୱାସ କରେ 

 ଭଗବାନ ଙ୍କୁ ମଧ୍ୟ ଧନ୍ୟବାଦ ଦିଏ 

କିଛି ମାନସିକ ଚାପ ମନକୁ ଆସେନି 

ଶାନ୍ତିରେ ରହିବାର ବାଟ 

ବାଛି ନେଇଛି ମୋର ଜୀବନରେ ||


Rate this content
Log in

More oriya poem from PUSPALATA SAHOO

Similar oriya poem from Children