STORYMIRROR

Chinmaya Kumar Nayak

Abstract

3  

Chinmaya Kumar Nayak

Abstract

ଜୋକର

ଜୋକର

1 min
11.6K

ଚାପିରଖି ଅସରା ଅସରା ମେଘ

ମୋ ଚିଦାକାଶର ବିସ୍ତୀର୍ଣ୍ଣ ବକ୍ଷରେ,

ମୋ ମୁଖରେ ଫୁଟାଏ ମୁଁ ଚିକମିକ ଖରା

ମୌସୁମୀର ଆର୍ଦ୍ର ଅପରାହ୍ନରେ।


ମୋ ଜୀଵନ କୋହ ଲୁହ ଭୁଲି

ହସ ଟିକେ ଫୁଟାଇବାକୁ ଅପର ମୁଖରେ,

ଜୋକର ସାଜିଛି ଆଜି

ଖୁସି ବିକେ ଏ ଦୁଃଖୀ ସମାଜ ହାଟରେ।


ନିଜେ ନିଜକୁ କରି ଉପହାସ ପାତ୍ର

ରଙ୍ଗ ବୋଳେ ଚେହେରାରେ ମୋର,

ସେଇ ନକଲି ଚେହେରା ତଳେ

ଲୁଚିଯାଏ ମୋର ଆଶ୍ରୁ ଧାର।


ତଥାପି ମୁଁ ଲଭଇ ସନ୍ତୋଷ

ମୋ ଜୀଵନ ସାର୍ଥକ ମୁଁ ଭାବେ,

ଅଗଣିତ ମୁଖେ ହସ ଦେଖି

ଅଜାଣତେ ମୁଁ ବି ହସେ ଲବେ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract