ଜ୍ଞାନର ପ୍ରଦୀପ ଜାଳିଦିଅ ମାତା
ଜ୍ଞାନର ପ୍ରଦୀପ ଜାଳିଦିଅ ମାତା
ଜ୍ଞାନର ଦେବୀ ତୁ ମାତା ସରସ୍ବତୀ
ଭକତି ଚରଣେ ତୋର,
ଯାହା ମୁଁ ରଚନା କରୁଅଛି ନିତି
ଭାଷାପୂର୍ଣ୍ଣ ହେଉ ତାର ।
ଭକ୍ତି ରଖି ସଦା କବିତା ଲେଖୁଛି
ଜଗତ କଲ୍ୟାଣ ପାଇଁ,
କବିତା ଲେଖୁଛି ମାତୃଭାଷାରେ ମୁଁ
ଭାଷାପୂର୍ଣ୍ଣ ଭୂମି ପାଇଁ ।
ରାଷ୍ଟ୍ର ହୀତ ପାଇଁ କବିତା ଲେଖୁଛି
ରାଷ୍ଟ୍ରର ଉନ୍ନତି ପାଇଁ,
ନିଃସ୍ବାର୍ଥେ ଜଡ଼ିତ କାର୍ଯ୍ୟ ହେଉ ଅଛି
କବିତା ହିଁ ତାର ପାଇଁ ।
ବୀରତ୍ବରେ ଭରା ଦେଶ ଇତିହାସ
ରଚନା କରୁଛି ମୁହିଁ,
ଭାଷାର ପ୍ରଦୀପ ପ୍ରଜ୍ବଳିତ ହୁଏ
ମାତାଙ୍କ କରୁଣା ତହିଁ ।
ଜ୍ଞାନ ନାହିଁ ମୋର ନାହିଁ ହିଁ ପଣ୍ଡିତ
ମାତା ଆଶିର୍ବାଦ ତହିଁ,
କହୁଛନ୍ତି ମାତା ଲେଖୁଅଛି ମୁହିଁ
ତାଙ୍କରି ନିର୍ଦ୍ଦେଶେ ମୁହିଁ ।
ବୁଝୁଅଛି ମୁହିଁ ନର ଜନ୍ମ କାର୍ଯ୍ୟ
ଭାଷାର ମୂଲ୍ୟଟି ଭବେ,
ପଶୁ ନୁହେଁ ମୁହିଁ ଜନନୀର ଭାଷା
ନୋହୁଁଟି ଦୁର୍ବଳ କେବେ ।
ଉଚ୍ଚ ଭାଷା ପାଇଁ ଯତନ କରୁଛି
ଉଚ୍ଚ ହେଉ ମାତୃଭାଷା,
ଉଚ୍ଚ ଅଭିଳାଷ ମନରେ ରହିଛି
ଆମୋଦରେ ନାହିଁ ଆଶା ।
ଭାଷାପୂର୍ଣ୍ଣ ଭୂମି ଉନ୍ନତି କରିବ
ପାଇବ ଅପୂର୍ବ ଯଶ,
ଦୁର୍ବଳ ଭାଷାଟି ଅଧମ ଜନର
ପ୍ରତିଯୋଗେ ଅପଯଶ ।
ମାତାଙ୍କ ନିର୍ଦ୍ଦେଶେ କବିତା ଲେଖୁଛି
ବିଚ୍ଛିନ୍ନା ଭୂମିର ପାଇଁ,
ଭାଷା ଶୁନ୍ୟ ଭୂମି ଭାଷାପୂର୍ଣ୍ଣ ହେଉ
ଓଡ଼ିଆ ପଢିବା ପାଇଁ ।
ଜ୍ଞାନର ଦେବୀ ତୁ ମାତା ସରସ୍ୱତୀ
ଭକତି ଚରଣେ ତୋର,
ଯାହା ମୁଁ ରଚନା କରୁ ଅଛି ନିତି
ଭାଷାପୂର୍ଣ୍ଣ ହେଉ ତାର ।