ଜ୍ଞାନାର୍ଜ୍ଜନ କରୁଅଛୁ
ଜ୍ଞାନାର୍ଜ୍ଜନ କରୁଅଛୁ
ବିଦ୍ୟା ଅଧ୍ୟୟନ କରୁଅଛୁ ଏବେ
ଯେତେକ ବିଦ୍ୟାର୍ଥୀଗଣ,
ଲକ୍ଷ୍ୟ ପଥେ ଆମ ଆଗେଇ ଚାଲୁଛୁ
ଦେଇ ସର୍ବେ ମନ ପ୍ରାଣ ।
ସମୟାନୁବର୍ତ୍ତୀ ହୋଇ ଚଳୁଅଛୁ
କରି ଗୁରୁଜନେ ଭକ୍ତି,
ବନ୍ଧୁ, ଲଘୁଜନେ ସ୍ନେହ ଶ୍ରଦ୍ଧାରଖି
ପରିଶ୍ରମ କରୁ ନିତି ।
ଗୁରୁଙ୍କ କଥାକୁ ଧିଆନ ରଖୁଛୁ
ଅଭ୍ୟାସ କରୁଛୁ ପାଠ,
ବଡ଼ ହୋଇ କାଲି ଦେଶକୁ ଗଢିବୁ
ରହିଛି ନାନାଦି ବାଟ ।
ଡାକ୍ତର, କୃଷକ,ଯନ୍ତ୍ରୀ, ବୈଜ୍ଞାନିକ,
ସୈନିକ ହୋଇବୁ ପଢ଼ି,
ନୂଆ ପରକାରେ ଭାରତବର୍ଷକୁ
ଦେବୁ ସୁନିଶ୍ଚିତ ଗଢ଼ି ।
ବିଭୁଙ୍କ ଉପରେ ଭରସା ରଖିକି
ଜ୍ଞାନାର୍ଜ୍ଜନ କରୁଅଛୁ,
ସଫଳତା ନିଶ୍ଚେ ପାଇବୁଟି ଦିନେ
ଏଇ ଆଶା ଧରିଅଛୁ ।
ଅଭାବ କଷଣ ଦୂର ହେବ ଦିନେ
ଉଇଁବ ନୂତନ ସୂର୍ଯ୍ୟ,
ଦେଶବାସୀ ଯେତେ ପ୍ରସନ୍ନ ହୋଇବେ
ଦେଖି ସେ ଉତ୍ତମ କାର୍ଯ୍ୟ ।
