STORYMIRROR

Sarita Rani Mohanty

Abstract

3  

Sarita Rani Mohanty

Abstract

ଜ୍ଞାନା ଲୋକ

ଜ୍ଞାନା ଲୋକ

1 min
12K


ଜ୍ଞାନ ଆଲୋକର ଦୀପ ଶିଖାଟିଏ

   ଅଜ୍ଞାନତା କରେ ଦୂର

ଦେଶ ବିଦେଶରେ ପୂଜା ପାଏ ପୁଣି

   ପ୍ରିୟ ଅଟେ ସଭିଙ୍କର    ll


ଦେଶ ସେବା ଠାରୁ ଈଶ୍ୱର ଚିନ୍ତନ

   ଶାନ୍ତି ଦୂତ ସାଜି ଯାଏ

ଦେଶ ଭବିଷ୍ୟତ ଆଲୋକିତ ସଦା

   ତା'ପାଇଁ କି ହୋଇଥାଏ    ll


ଦୀପ ଜଳି ଜଳି ଆଲୁଅ ଦିଅଇ

   ନିଜେ ରହେ ଅନ୍ଧାରରେ

ପୁସ୍ତକରୁ ଜ୍ଞାନ କରି ଅହୋରଣ

    ଛିଡ଼ା ହୁଏ ସମାଜରେ   ll


ପଦ ପଦବୀରେ ରହି ଥାଏ ଯିଏ

    ଜ୍ଞାନ କରି ଆହରଣ

ଧର୍ମଗ୍ରନ୍ଥ ପଢି ମୂର୍ଖ ଓ ବାଚାଳ

   ହୋଇଥାଆନ୍ତି ବିଦ୍ୱାନ   ll


ଦେବା ଦେବୀଙ୍କର ପ୍ରିୟ ବି ପୁସ୍ତକ

   ହସ୍ତେ ଧରି ଥାନ୍ତି ମାତା

ଦେବୀ ବୀଣାପାଣି ବିଦ୍ୟା ମାଲିକାଣୀ

   ଜ୍ଞାନ ବିଜ୍ଞାନ ସମ୍ଭୁତା    ll


ଧନ ଓ ସମ୍ପତ୍ତି ଯୌବନ ବାର୍ଦ୍ଧକ୍ୟ

  ସବୁ ଚାଲିଯିବ ଦିନେ

ପୁସ୍ତକ ପଠନ ଜ୍ଞାନ ଅରଜନ 

    ଅମର ସାରା ଜୀବନେ   ll


ସମୟ ସ୍ରୋତରେ ଧୋଇ ଯିବ ଦିନେ

    ଏ ପାଞ୍ଚ ଭୂତେ ଶରୀର

ତଥାପି ଝଙ୍କୃତ    ହେଉଥିବ ଜ୍ଞାନ

    ଜୀଇଁ ରହିଥିବ ଚିର     ll


ମରିବି ଅମର    ବହି ରଚୟିତା

   ଜ୍ଞାନ ତା' ବିତରି ଥାଏ

ଗୀତା ଭାଗବତ। ଜୀବନ ଦର୍ଶନ

   ସତ୍ ମାର୍ଗ କହି ଦିଏ     ll


ସୁମନ ଶୋଭିତ ହୁଏ ଚଲାପଥ

    ଅମୃତର ଉତ୍ସ ସିଏ

ଶାମୁକା ଗର୍ଭର ଅମୂଲ୍ୟ ରତ୍ନ ସେ

  ପଙ୍ଗୁ ଗିରି ଲଙ୍ଘି ଯାଏ     ll


ଜ୍ଞାନ ଗାରୀମାର ଅନନ୍ତ ଭଣ୍ଡାର

   ପ୍ରାଣେ ଦିଏ ସେ ଚେତନା

ନାହିଁ ଯା'ଉପମା ଘୁଞ୍ଚାଏ ବେଦନା

    ଦିଏ ଜୀବନେ ପ୍ରେରଣା   ll


ଅମା ଅନ୍ଧକାର କରି ପାରେ ଦୂର

   ଜ୍ଞାନର ପ୍ରଦୀପ ଜାଳି

ଅନୁଗାମୀ ତାର ହୋଇ ପାରି ଥିଲେ

  ବିପଦ ଦିଅଇ ଟାଳି       ll


Rate this content
Log in

Similar oriya poem from Abstract