STORYMIRROR

ନାୟକ ଅକ୍ଷୟ ରାଜହସ୍ତୀ

Abstract

2  

ନାୟକ ଅକ୍ଷୟ ରାଜହସ୍ତୀ

Abstract

ଜ୍ଞାନ ଗଙ୍ଗା

ଜ୍ଞାନ ଗଙ୍ଗା

1 min
151

ଗୀତା ଜ୍ଞାନ ଗଙ୍ଗା ଜଳରେ ନିତ୍ୟ ସ୍ନାନ କରେ ମୁଁ ଆତ୍ମା

ବ୍ରାହ୍ମ ମୁହୂର୍ତ୍ତରେ ଦର୍ଶନ ଅଦୂରେ ଦିଅନ୍ତି ସେ ପରମ ପିତା (ପଦ)


ଆତ୍ମିକ ଚିନ୍ତନେ ହୋଇ ମୁଁ ମଗ୍ନ ସୂକ୍ଷ୍ମାତିସୂକ୍ଷ୍ମ ରୂପ ଧରି

ଉଡେ ବହୁ ବାର କାହିଁ କେତେ ଦୂର

ସ୍ଥୂଳ ଶରୀର ଦେଇ ପାଶୋରି

ଧନ୍ଯ ମୁଁ ହୋଇଗଲି ମୁକ୍ତି ପାଇ ଗଲି

ଏବେ ଜୀବନ୍ତ ମୁକ୍ତି କୁ ଇଚ୍ଛା (ଏକ)


ସ୍ରୁଷ୍ଟି ଚକ୍ର ବଡ ବିଚିତ୍ର ରହସ୍ୟ ଚଉରାଶି ଜନ୍ମ ପାଥେୟ କରି

ସାଂସାରିକ ମୋହ ମାୟା ଜାଲେ ପଡି

ମନମନା ଭାବ ହୃଦୟେ ସ୍ମରି

ଅଛି କାହା ଭାଗ୍ୟରେ ଶୀଘ୍ର ଆସ ଧାଇଁ ରେ

ଏଠି ପାବନ କରନ୍ତି ପିତା (ଦୁଇ)


ସେ ମୋ କନକ ଶିକ୍ଷକ ସଦଗୁରୁ ତାଙ୍କ ବିନା ଆଉ କେ ଅଛି

ସକଳ ଗୁଣ ର ମୂଳ ତତ୍ତ୍ଵ ଧାରୀ

ଏହା କେବଳ ଆତ୍ମା ଜାଣିଛି

ଏ ସଙ୍ଗମ ଯୁଗ ରେ ମର୍ତ୍ତ୍ୟ ଧାମରେ

ଦେଉ ଛନ୍ତି ସେ ଅମୃତ ବାର୍ତ୍ତା (ତିନି)


ଧନ୍ଯ ଶତ ଧନ୍ଯ ଶିବ ବାବା କରୁଣାବତାର କୃପା ସିନ୍ଧୁ

ପତିତ ଆତ୍ମା ଙ୍କୁ ପାବନ କରନ୍ତି

ରୂପ ବିନ୍ଦୁ ଭାବ ଗୁଣ ଇନ୍ଦୁ

ଏ ଜୀବ ଯିବ ଚାଲି

ସେ ବାବା ଝୁଲା ଖାଲି

ଭର ମୋହ ମାୟା କାମନା ଚିନ୍ତା (ଚାରି)


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract