ଜନନୀ ଜନ୍ମଭୂମି ସ୍ବର୍ଗଠୁ ମହାନ
ଜନନୀ ଜନ୍ମଭୂମି ସ୍ବର୍ଗଠୁ ମହାନ
ଜନନୀ ଜନମ ଭୂମି ଯେ ଭାରତ
ସରଗଠୁ ବି ମହାନ
କେତେ ପୂଣ୍ୟ ବଳେ ଜନମି ତା' କୋଳେ
ଧନ୍ୟ କରିଛେ ଜୀବନ ।
ସରଗଠୁ ବଳି ସୁଷମା ସମ୍ଭାରେ
ଶୋଭାମୟୀ ତା'ର ତନୁ
ଯେଉଁଠି ଥିଲେ ବି ଜୀବନରେ କେହି
ନଭୁଲଇ ତା'ର ମନୁ ।
ଖାଦ୍ୟ ବାସ ବାସ ନାନାଦି ସମ୍ପଦ
ସକଳ ଆମ ସୁଖରେ
ଅତି ଯତନରେ ସାଇତି ରଖିଛି
ପରା ତାହାରି କୋଳରେ ।
ମାଆ ପରି ସିଏ ସୋହାଗ ଆଦରେ
ଛୋଟରୁ କରିଛି ବଡ଼
ପ୍ରତିବଦଳରେ ଚାହିଁ ନାହିଁ କିଛି
ସତେ କି ସାଜିଛି ଜଡ଼ !
ତାହାର ଉନ୍ନତି ସୁରକ୍ଷା ପଥରେ
ଢାଳି ଆମ ଜୀବନକୁ
ଆଗେ ବଢୁଥିବା କରିତ୍କର୍ମା ଗୁଣେ
ଜଣେ ବୁଝି ଅପରକୁ ।
ତାହାର ବୁକୁରେ ଯେତେକ ଆମେରେ
ପରସ୍ପର ଭାଇଭାଇ
ବିଚାରି ମନରେ ଚଳି ସହଯୋଗେ
ଥିବା ଖୁସିକୁ କୋଳେଇ ।
ଆମେ ହସୁଥିଲେ ସିଏ ହସୁଥିବ
ନଥିବ କାହାର ଦୁଃଖ
ଯେଣୁ ସେ କରୁଣାମୟୀ ମାଆଟିଏ
ତା' କୋଳେ ସରଗ ସୁଖ ।