ଜଣେ ଗରୀବର ଜୀବନୀ
ଜଣେ ଗରୀବର ଜୀବନୀ
ମୁଁ ଗରୀବ କହୁଛି !
ପାଖ ଘର ପିଲା ଘିଅରେ ଭାସନ୍ତି
ମୋର ପିଲାସବୁ ପଖାଳ ଖାଆନ୍ତିି
ନାମି ଦାମି ଜାମା ପିନ୍ଧି ସେ ବୁୁୁୁଲନ୍ତି
ମୋର ଛୁଆ ପିଲା ପୁରୁଣା ପିନ୍ଧନ୍ତି ।।
ମୁଁ ଗରୀବ କହୁଛି !
ଧନୀ ଘର ପିଲା କନ୍ଭେଟ ଯାଆନ୍ତି
ମୋ ପିଲାଏ ଗାଆଁ ସ୍କୁଲରେ ପଢନ୍ତି
ତାଙ୍କ ପିଲା ଯାନେ ଚଢି ଯେ ବୁଲନ୍ତି
ମୋର ପିଲାଏ ସାଇକେଲ ଚଢନ୍ତି ।।
ମୁଁ ଗରୀବ କହୁଛି !
ଆପୋଲରେ ଚିକିତ୍ସା ହୋଇ ପାରୁୁୁନା
ଗରୀବ ମୁଁ ରୋଗରୁ ମୁକ୍ତି ପାଏନା
ଦିନ ବିତଇ ରୋଗ ଭଲ ହୁଏନା
ସରକାରୀ କେନ୍ଦ୍ରେ ଡାକ୍ତର ମିିିିିଳେନା ।।
ମୁଁ ଗରୀବ କହୁଛି !
ବଡ ଘର&nbs
p;ପିଲା ସାଥୀ ଧରି ବୁଲେ
ବାପାମାଆ ସାଥେ ମୋର ସବୁ ପିିିଲେ
ବାପ ଧନେ ସିଏ ମଉଜ କରନ୍ତି
ମୋ ପିଲେ ଦୁଃଖରେ ଦିନ କାଟନ୍ତି ।।
ମୁଁ ଗରୀବ କହୁଛି !
ଏକର ଏକର ଜମି ବାଡି ନାହିଁ
ଭାଗ ଚାଷ କରେ ପ୍ରତି ବର୍ଷ ମୁହିଁ
ଦାଦନେ ମୋହର ଜୀବ ଯାଏ ପାହି
ଚୁଲି ମୁଣ୍ଡେ ପିଲା ରହିଥାଏ ଶୋଇ ।।
ମୁଁ ଗରୀବ କହୁଛି !
ବଡ ଘର ପୁଅ ପରିିିବାର ଛାଡି
ସ୍ତ୍ରୀ ବୋଲ କରେ ମୁହଁକୁ ସିଏ ମାଡି
ମୋ ଘର ସଂସାର ଆହାକି ସୁୁୁନ୍ଦର
ଉଲ୍ଲାସ ଉନ୍ମାଦେ ଥାଏ ନିରନ୍ତର ।।